Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଗୁରୁବାର ସ୍ପଷ୍ଟ ହେବ ବାତ୍ୟା ଜଓ୍ୱାଦର ଲ୍ୟାଣ୍ଡଫଲ୍ ଚିତ୍ର : ପ୍ରଭାବରେ ଶୁକ୍ରବାର ସନ୍ଧ୍ୟାରୁ ପ୍ରବଳ ବର୍ଷା

1/12/2021 at 2:57 PM

ଭୁବନେଶ୍ୱର ୦୧/୧୧: ସମ୍ଭାବ୍ୟ ବାତ୍ୟା ଜଓ୍ୱାଦ କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ଏବେବି ଚିତ୍ର ଅସ୍ପଷ୍ଟ ରହିଛି । କାଲି ସ୍ପଷ୍ଟ ହେବ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ । ଏନେଇ ସୂଚନା ଦେଇଛନ୍ତି IMD ଡିଜି । ସେ କହିଛନ୍ତି ଏବେ ଆଣ୍ଡାମାନ ସାଗର ନିକଟରେ ରହିଛି ଜଓ୍ୱାଦ୍ । କାଲି ଅବପାତର ରୂପ ନେଇ ଭୀଷଣ ହେବ ବାତ୍ୟା ଜଓ୍ୱାଦ୍ ।

ଉତ୍ତର ପଶ୍ଚିମ ଦିଗକୁ ଗତି କରି ଏହା ଉତ୍ତର ପୂର୍ବ ଆଡକୁ ଯିବ । କାଲି ସ୍ପଷ୍ଟ ହେବ କେଉଁଠି କରିବ ଲ୍ୟାଣ୍ଡଫଲ । ତେବେ ଏହା ପଶ୍ଚିମବଙ୍ଗ ଆଡକୁ ଗତିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ୩ ରୁ ୪ ତାରିଖରେ ବର୍ଷା ହୋଇପାରେ । ସେଥିପାଇଁ ୩ ଓ ୪ ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଆଇଏମଡି ଡିଜି ।

୪ ତାରିଖ ସକାଳେ ଏହା ଉପକୂଳ ଅତିକ୍ରମ କରିବ । ଫଳରେ ୪ ତାରିଖରେ ବଢିବ ବର୍ଷାର ପରିମାଣ । ଏହାସହ ପବନର ବେଗ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବିଶେଷକରି ଉପକୂଳ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ ।

   Related Posts