Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଗୋପାଳପୁରଠୁ ୪୭୦ କିମି ଦୂରରେ ବାତ୍ୟା ‘ଜଓ୍ଵାଦ’, ସ୍ଥଳଭାଗ ଛୁଇଁବ କି ନାହିଁ ଶନିବାର ଜଣା ପଡିବ

3/12/2021 at 7:00 PM

ଭୁବନେଶ୍ଵର ୦୩।୧୨: ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଧିରେ ଧିରେ ଅବପାତର ରୂପ ନେବା ପରେ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି। ୫ ତାରିଖ ମଧ୍ୟାହ୍ନରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବ କି ନାହିଁ ତାହା ଆସନ୍ତାକାଲି ସକାଳେ ଚିତ୍ର ସ୍ପଷ୍ଟ ହେବ ବୋଲି ଶୁକ୍ରବାର ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ଜଓ୍ଵାଦକୁ ନେଇ ଓଡିଶା ପ୍ରତି ଅଧିକ ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।  ବାତ୍ୟା ‘ଜଓ୍ଵାଦ’ର ଅବସ୍ଥିତିକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ବାତ୍ୟା ଜଓ୍ଵାଦ ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି, ବାତ୍ୟା ଗୋପାଳପୁରଠୁ ୪୭୦ କିମି, ପାରାଦୀପଠୁ ୫୮୦ କିମି ଦୂରରେ ରହିଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୨ କିମି ବେଗରେ ଆସୁଛି ବାତ୍ୟା। କାଲି ରି-କର୍ଭ କରି  ୫ ତାରିଖ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ ବାତ୍ୟା ଜଓ୍ଵାଦ।

ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ କି ନାହିଁ ଏ ଯାଏ ଆଇଏମଡି ସ୍ପଷ୍ଟ କରିନି। ଯଦି ସ୍ଥଳଭାଗ ଛୁଏଁ ତେବେ ଅଳ୍ପ ଛୁଇଁ ବାତ୍ୟା ସମୁଦ୍ର ମଧ୍ୟରେ ଯିବ। ସ୍ଥଳଭାଗ ନଛୁଇଁଲେ ବି ଉପକୂଳ ପାଖାପାଖି ହେଲେ ପବନ ୮୦ ରୁ ୯୫ କିମି ବେଗରେ ବହିବ। ବାତ୍ୟା ପ୍ରଭାବରେ ଆଜି ରାତିରୁ ଦକ୍ଷିଣ ଓଡିଶାରେ ବର୍ଷା ବଢିବ। ବିଶେଷ କରି ଗଞ୍ଜାମ, ଗଜପତି,  ପୁରୀ, ଜଗତସିଂହ ଜିଲ୍ଲାରେ ପ୍ରବଳ ବର୍ଷିବ। ଏଥିସହ ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ମଧ୍ୟମଧରଣର ବର୍ଷା ହେବ। ସ୍ଥିତିର ମୁକାବିଲା ପାଇଁ ୨୭୦ ଓଡ୍ରାଫ ଟିମ୍ ପ୍ରସ୍ତୁତ କରାଯାଇଛି।

ସମୁଦ୍ରରେ ଥିବା ସମସ୍ତ ୨୨,୭୦୦ ମାଛଧରା ବୋଟ୍‌ ଫେରି ଆସିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀକୁ ଆଜି ଆସିବାକୁ ଲୋକେ ରାଜି ହେଉ ନାହାନ୍ତି। ତେବେ ଆସନ୍ତାକାଲିଠୁ ଲୋକଙ୍କ ସ୍ଥାନାନ୍ତର କରାଯିବ। ବାତ୍ୟା ଅଞ୍ଚଳରେ କାମ କରୁଥିବା ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି। ରବିବାର ସବୁ ଅଫିସ୍ ଖୋଲା ରହିବ। ଅତି ଆବଶ୍ୟକ ହେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଛୁଟି କର୍ମଚାରୀ ଛୁଟି ନେବେ। ପୁରୀ ଜିଲ୍ଲାରେ ମଧ୍ୟ ଦୁଇ ଦିନ ଛୁଟି ଘୋଷଣା କରାଯାଇଛି।  ଜରୁରୀସ୍ଥଳରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଛି। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଆଲର୍ଟ ଅଛୁ ବୋଲି ଏସଆରସି କହିଛନ୍ତି।

   Related Posts