Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ

16/05/2021 at 10:12 AM

ଭୁବନେଶ୍ୱର, ୧୬।୦୫: ବଙ୍ଗୋପସାଗରରେ ୨୪ରେ ସୃଷ୍ଟି ହେବ ଲଘୁଚାପ । ଏବେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ତାଉକ୍‌ତେ’ ଭୟଙ୍କର ରୂପ ନେବାରେ ଲାଗିଛି । ଏହା ଅତି ଭୀଷଣ ବାତ୍ୟା ରୂପ ନେବାରେ ଲାଗିଛି । ୧୮ ତାରିଖ ସକାଳବେଳକୁ ଗୁଜରାଟ ଉପକୂଳରେ ପହଞ୍ଚିଯିବ । ଅପରାହ୍ନରୁ ସନ୍ଧ୍ୟା ଭିତରେ ପୋରବନ୍ଦରରୁ ନାଲିୟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ଭୟାନକ ବାତ୍ୟା ‘ତାଉକ୍‌ତେ’ । ପବନର ବେଗ ଘଣ୍ଟା ପ୍ରତି ୧୫୦ କିମିରୁ ୧୬୦ କିମି ଥିବ । ମଝିରେ ମଝିରେ ୧୭୫ କିମି ବେଗରେ ଧକ୍କା ମାରିପାରେ ପବନର ବେଗ । ବାତ୍ୟା ନେଇ ଗୁଜରାଟ,ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଗୋଆକୁ ହାଇଆଲର୍ଟ କରାଯାଇଛି ।

ଏହି ବାତ୍ୟାର ସିଧାସଳଖ ଓଡ଼ିଶା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ତେବେ କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୨୪ ତାରିଖବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । କେତେକ ପାଣିପାଗ ମଡେଲ ଏଭଳି ସଙ୍କେତ ଦେଖାଉଛନ୍ତି । ଏହି ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ ହେବ । ଏହା ମିଆଁମାର ଓ ବାଂଲାଦେଶ ଉପକୂଳରେ ପ୍ରବଳ ବର୍ଷା କରାଇପାରେ । ତେବେ ଓଡ଼ିଶାରେ ଏହାର କି ପ୍ରଭାବ ପଡ଼ିବ, ତାହା ୨୨ ତାରିଖବେଳକୁ ସ୍ପଷ୍ଟ ହେବ ।

ସେ କହିଛନ୍ତି, ଭାରତ ମହାସାଗରରେ ମୌସୁମୀ ବର୍ଷା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି । ଚଳିତ ମାସ ଚତୁର୍ଥ ସପ୍ତାହରେ କେରଳରେ ଭାରି ବର୍ଷା ସମ୍ଭାବନା ଅଛି । ସମ୍ଭବତଃ ତାହା ମୌସୁମୀ ବର୍ଷା । ୨୭ ତାରିଖବେଳକୁ କେରଳ ଛୁଇଁପାରେ ମୌସୁମୀ, ଯାହାକି ସ୍ୱାଭାବିକଠାରୁ ୪ ଦିନ ଆଗୁଆ । ଓଡ଼ିଶାରେ କେବେ ମୌସୁମୀ ଆସିବ, ତାହା ଜୁନ୍‌ ୧ ତାରିଖ ପରେ ଅଧିକ ସ୍ପଷ୍ଟ ହେବ ।

କେତେକ ମଡେଲ୍‌ର ଦୀର୍ଘ ଅବଧି ଆକଳନ ଅନୁଯାୟୀ ଓଡ଼ିଶାରେ ଜୁନ୍‌-ସେପ୍ଟେମ୍ବର ମଧ୍ୟରେ ସମୁଦାୟ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି । ଜୁନ୍‌ ମାସରେ ଉପକୂଳର କିଛି ଅଞ୍ଚଳରେ ବର୍ଷା କମିପାରେ । ମାତ୍ର ଚାଷ କାମ ଆରମ୍ଭ ପାଇଁ ବର୍ଷା କମ୍‌ ହେବନି । ସେପ୍ଟେମ୍ବର ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଜୁଲାଇ ଓ ଅଗଷ୍ଟରେ ସ୍ୱାଭାବିକଠାରୁ ବର୍ଷା କମିବା ସମ୍ଭାବନା ନାହିଁ ।

 ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ୧୭ ତାରିଖଠାରୁ ତାପମାତ୍ରା ବଢ଼ିବା ସହ କାଳବୈଶାଖୀ କମିବ । ୧୮ରୁ ୨୩ ତାରିଖ ମଧ୍ୟରେ ତାପମାତ୍ରା ୪ ଡିଗ୍ରୀ ବଢ଼ିପାରେ । ୧୭ ତାରିଖ ପରେ ରାଜ୍ୟକୁ ପୁଣି ତତଲା ପଶ୍ଚିମା ପବନ ଫେରିବ । ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୧୮ରୁ ୨୨ ତାରିଖ ଭିତରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ତେଣୁ ଉପକୂଳଠାରୁ ତାତି ପ୍ରକୋପ କମ୍‌ ରହିବ ।

  ଏପଟେ ରାଜ୍ୟ ତମାମ ତାତି ବଢ଼ିଛି । କାଳବୈଶାଖୀ ବର୍ଷା ବି କମିଯାଇଛି । ଶନିବାର ମାଲକାନଗିରି ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଫୁଲବାଣୀ, ଟିଟିଲାଗଡ଼ ୩୯ରେ ପହଞ୍ଚିଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପାରଦ ୩୭ ଡିଗ୍ରୀ ଟପିଛି ।

   Related Posts