Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ମହାବାତ୍ୟା ଅମ୍ଫାନ୍ ରଚିଲା ତାଣ୍ଡବ : ଜାଣନ୍ତୁ ୧୯୬୪ରୁ ୨୦୨୦ମସିହା ମଧ୍ୟରେ ହୋଇଥିବା ମହାବାତ୍ୟା ସଂପର୍କରେ…

21/05/2020 at 7:30 AM

ଭୁବନେଶ୍ବର ୨୦।୦୫: ପ୍ରକୃତି ଆଗରେ କେହି ନୁହେଁ । ମଣିଷ ଯେତେ ବି ଉନ୍ନତି କଲେ ବି ସଦାସର୍ବଦା ପ୍ରକୃତି ଠାରୁ ପଛରେ ରହିବ। ଯେତେ ବେଳେ ପ୍ରକୃତି ନିଜର କରାଳ ରୂପ ଦେଖାଇଛି, ସେତେବେଳେ ସବୁ କିଛି ଛାରଖାର ହୋଇଯାଇଛି । ସେହିପରି ବିଭିନ୍ନ ସମୟରେ ଅନେକ ଦେଶ ପ୍ରକୃତିର ତାଣ୍ଡବଲୀଳା ଦେଖିଛନ୍ତି । ମହାବାତ୍ୟାରେ ଖାସ୍ କରି ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ବିଶେଷ ପ୍ରଭାବିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ୧୯୬୪ ମସିହା ପର ଠାରୁ ୨୦୨୦ ପର୍ଯ୍ୟନ୍ତ ହୋଇଥିବା ମହାବାତ୍ୟା ଏବଂ ଏହାର କରାଳ ରୂପ ବିଷୟରେ

ମହାବାତ୍ୟାଗୁଡିକର କରାଳ ରୂପ…..

୧୯୬୪-ମହାବାତ୍ୟାରେ ତାମିଲନାଡୁର ରାମେଶ୍ବରମ ନିକଟସ୍ଥ ଧନୁଶକୋଡି ଗାଁ ମାଟିରେ ମିଶିଯାଇଥିଲା। ମହାବାତ୍ୟାରେ ପ୍ରାୟ ୧୮୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆଜି ବି ଏହି ଗାଁ ଭୂତ ଗାଁ ହୋଇ ରହିଛି।

୧୯୭୭- ଆନ୍ଧ୍ରପ୍ରଦେଶର ବିଜୟୱାଡା ନିକଟ ଦେବୀସୀମା ଦ୍ବୀପ ମହାବାତ୍ୟାରେ ଧରାଶାୟୀ ହୋଇଯାଇଥିଲା। ରାତିରେ ଶୋଇଥିହବା ଅବସ୍ଥାରେ ବାତ୍ୟା ଯୋଗୁ ପାଖାପାଖି ଦଶ ହଜାର ଲୋକ ମୃତ୍ୟୁବରଣ କରିଥିଲେ ।

୧୯୮୯- ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ବାତ୍ୟା ଗେ’ ବଙ୍ଗୋପସାଗର ମୁହାଁ ହୋଇ ଆନ୍ଧ୍ରପ୍ରଦେଶରେ ପିଟି ହୋଇଥିଲା । ଘଣ୍ଟା ପ୍ରତି ୩୨୦ କିମି ବେଗରେ ବହୁଥିବା ପବନରେ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷତି ହୋଇଥିଲା।

୧୯୯୦-ଆଉ ଏକ ମହାବାତ୍ୟାକୁ ସାମ୍ନା କରିଥିଲା ଆନ୍ଧ୍ରପ୍ରଦେଶ । ସମୁଦ୍ରକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯିବାରୁ ୫୦୦ ଲୋକଙ୍କ ଜୀବନ ଯାଇଥିଲା। ତେବେ ବାତ୍ୟା ବ୍ୟାପକମାତ୍ରାରେ ପଶୁ ସମ୍ପଦ ଓ ଫସଲର କ୍ଷତି ପହଞ୍ଚାଇଥିଲା।

୧୯୯୧- ବାଂଲାଦେଶ ସାମ୍ନା କରିଥିଲା ସବୁଠୁ ଭୟଙ୍କର ମହାବାତ୍ୟା। ବାତ୍ୟାରେ ପାଖାପାଖି ଏକ ଲକ୍ଷ ୩୮ ହଜାର ଲୋକଙ୍କ ଜୀବନ ଯାଇଥିଲା।

୧୯୯୯-ଓଡିଶା ଉପକୂଳରେ ମାଡ ହୋଇଥିଲା ମହାବାତ୍ୟା। ଉତ୍ତର ଭାରତ ମହାସାଗରରେ ଆସିଥିବା ବାତ୍ୟାମାନଙ୍କ ମଧ୍ୟରୁ ଏହା ଥିଲା ସବୁଠୁ ଶକ୍ତିଶାଳୀ । ୧୫ ହଜାର ଲୋକଙ୍କ ଜୀବନ ଯାଇଥିଲା।

୨୦୦୭-ଆରବ ମହାସାଗରରେ ଆସିଥିଲା ପ୍ରଥମ ମହାବାତ୍ୟା ‘ଗୋନୁ’। ଓମାନ ମୁହାଁ ଏହି ବାତ୍ୟା ତାଣ୍ଡବ ରଚିଥିଲା।

୨୦୧୯- ଆରବ ସାଗରରେ ଆସିଥିବା ଦ୍ବିତାୟ ମହାବାତ୍ୟା ହେଉଛି କାୟର। ତେବେ ଏହା ସମୁଦ୍ର ଭିତରେ ହିଁ ସୀମିତ ରହିଯାଇଥିଲା। ସ୍ଥଳଭାଗକୁ ଛୁଇଁନଥିଲା। ଏହି ମହାବାତ୍ୟାଯୋଗୁ କୌଣସି ଧନଜୀବନ ହାନି ହୋଇନଥିଲା।

୨୦୨୦-ଏବେ ମାଡି ଆସିଛି ଆଉ ଏକ ମହାବାାତ୍ୟ ଅମ୍ଫାନ। ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଏହା ବ୍ୟାପକ ପ୍ରଭାବ ପକାଇଛି । ମହାବାତ୍ୟା ଅମ୍ଫାନ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ କ୍ଷୟକ୍ଷତି ପଶ୍ଚିମବଙ୍ଗରେ ହୋଇଛି ।

   Related Posts