ସାଇକ୍ଲୋନ 'ହିକା' ନେଲା ଭୀଷଣ ରୂପ, ଏହି ସ୍ଥାନରେ ରଚିବ ପ୍ରଳୟ

Published By : Prameya-News7 Bureau | September 24, 2019 IST

ନୂଆଦିଲ୍ଲୀ - ଭାରତର ପଶ୍ଚିମ ଉପକୂଳରେ ଆରବ ସାଗରର ମଧ୍ୟରେ ଏକି ଭୀଷଣ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଛି । ଲଘୁଚାପରୁ ଡିପ୍ରେସନ ବା ଅବପାତ ପରେ ଗଭୀର ଅବପାତରେ ଏହା ପରିଣତ ହୋଇଥିଲା । କ୍ରମଶଃ ଏହା ଘୂର୍ଣ୍ଣିଝଡ ବା ସାଇକ୍ଲୋନରେ ପରିଣତ ହୋଇଛି। ଏବେ ଏହା ଆରବ ସାଗର ମଧ୍ୟରେ ପଶ୍ଚିମ ଦିଗରେ ଗତି କରୁଛି ।
ମଙ୍ଗଳବାରରେ ଏହା ଓମାନ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସ୍ଥଳଭାଗ ସ୍ପର୍ଶ କରିବା ସମୟରେ ୧୧୦-୧୨୦ କିଲୋମିଟର ବେଗରେ ପବନ ବହିବ । ବେଳେ ବେଳେ ଏହା ୧୫୦ କିଲୋମିଟର ସ୍ପର୍ଶ କରିପାରେ ।

ଗୁଜୁରାଟର ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।ଆରବ ସାଗରରେ ଏହି ସ୍ଥାନରେ ପାଣିପାଗ ଅତି ଖରାପ ଥିବା ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସମୁଦ୍ର ମଧ୍ୟରେ ଏହା ଘଣ୍ଟାକୁ ୨୨ କିଲୋମିଟର ବେଗରେ ଆଗକୁ ବଢୁଛି । ଓମାନର ମସିରାହଠାରୁ ଏହା ୨୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।

'ହିକା' ସ୍ଥଳଭାଗ ସ୍ପର୍ଶ କରିବା ସମୟରେ ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା କରାଯାଉଛି । ଆସନ୍ତା ୬ ଘଣ୍ଟା ଧରି ଏହାର ପ୍ରକୋପ ଜାରି ରହିବ । ପରେ ଏହା କ୍ରମଶଃ ଦୁର୍ବଳ ହୋଇଯିବ । ଓମାନର ଦୁକ୍‌ମ ନିକଟରେ ଏହା ସ୍ଥଳଭାଗ ସ୍ପର୍ଶ ବା ଲ୍ୟାଣ୍ଡଫଲ୍‌ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.