ଆସୁଛି ଆଉ ଏକ ବାତ୍ୟା 'ହିକା', ଘଣ୍ଟାପ୍ରତି ଏତିକି ଜୋରରେ ବହିବ ପବନ

Published By : Prameya-News7 Bureau | May 31, 2020 IST

ଗାନ୍ଧୀନଗର, ୩୧|୦୫:  ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ପରେ ଏବେ ଗୁଜୁରାଟରେ ଆଉ ଏକ ବଡ ବାତ୍ୟା ଆସିବା ନେଇ ପାଣିପାଗ ବିଭାଗ କହିଛି । ଏହି ବାତ୍ୟାର ନାମ ଦିଆଯାଇଛି ହିକା । ପାଣିପାଗ ବିଭାଗର କହିବାନୁସାରେ, ହିକା ଜୁନ ୩ରେ ଗୁଜୁରାଟରେ ଲ୍ୟାଣ୍ଡଫଲ୍ କରିପାରେ ।

ଏହି ବାତ୍ୟା ଗୁଜୁରାଟର ଦ୍ୱାରକା ଆଖୋ ଓ ମୋରବୀରେ ଲ୍ୟାଣ୍ଡଫଲ୍ କରିପାରେ । ଏପରିକି କଚ୍ଛରେ ମଧ୍ୟ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଅନ୍ୟ ବାତ୍ୟା ଭଳି ଏହା କଛ ଓ କାଣ୍ଡଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଆଶଙ୍କା କରାଯାଉଛି ।

wp:html /wp:html

ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି କହିବାନୁସାରେ, ଦକ୍ଷିଣ-ପୂର୍ବ ମଧ୍ୟ ଆରବ ସାଗରରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଅବପାତରେ ପରିମତ ହୋଇ ବାତ୍ୟାର ରୂପ ନେବ । ସେହିପରି ଜୁନ ୩ରେ ଉତ୍ତର ମହାରାଷ୍ଟ୍ର ଓ ଗୁଜୁରାଟ ଉପକୂଳର ଦେଇ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବ ।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗୁଜୁରାଟ ଉପକୂଳରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏହାସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବାତ୍ୟା ଓମାନ ଆଡେ ମୁହାଁଉଥିଲା କିନ୍ତୁ ଏବେ ଗୁଜୁରାଟ ଆଡେ ମୁହାଁଉଛି ବୋଲି ସୂଚନା ମିଳିଛି ।

ତେବେ ହିକା ଲ୍ୟାଣ୍ଡଫଲ୍ କଲେ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୨୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଅନୁମାନ ଲଗାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.