ଦାଉ ସାଧୁଛି ପ୍ରକୃତି: କରୋନା ସଙ୍କଟ ମଧ୍ୟରେ ବାତ୍ୟା ହାରୋଲ୍ଡ ରଚିଲା ତାଣ୍ଡବ

Published By : Prameya-News7 Bureau | April 13, 2020 IST

ନ୍ୟୁୟର୍କ, ୧୩|୦୪:  ବିଶ୍ୱରେ ଏବେ କରୋନା ଭାଇରସ ମହମାରୀ ରୂପ ନେଇଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇ ସାରିଲେଣି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୮ ଲକ୍ଷ ଟପିଲାଣି । ଏହା ମଧ୍ୟରେ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆସିଥିବା ଭୟଙ୍କର ବାତ୍ୟା ହାରୋଲ୍ଡ ଆତଙ୍କ ସୃଷ୍ଟି କରିଛି ।

ସଂଯୁକ୍ତ ରାଷ୍ଟ୍ରର ମହସଚିବ ଆଣ୍ଟୋନିଓ ଗୁଟେରେସ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ବାତ୍ୟା ଅନେକ ଜୀବନ ନେଇଛି । ସେ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ବାସିନ୍ଦାଙ୍କ ସହ ରହିଛନ୍ତି । ଏହାର ମୁକାବିଲା କରିବା ପାଇଁ ସେ ଅପିଲ ମଧ୍ୟ କରିଛନ୍ତି ।

{"id":253275,"width":751,"height":623,"sizeSlug":"large"}

ବାତ୍ୟା ହାରୋଲ୍ଡ ଓ୍ୱାନଅତୁ, ଫିଜି, ସୋଲମନ ଓ ଟାଙ୍ଗୋରେ ବିଶେଷ କ୍ଷତି କରିଛି । ଘର ଦ୍ୱାର ସବୁ ଭାଙ୍ଗି ଯାଇଛି । ତେବେ ବାତ୍ୟା ପୂର୍ବରୁ ସେଠାକର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଓ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା କରାଯାଉଛି ।

ପ୍ରଶାନ୍ତ ମହସାଗରୀୟ କ୍ଷେତ୍ରରେ ସଂଯୁକ୍ତ ରାଷ୍ଟ୍ରର ପ୍ରତିନିଧୀ ସେଲ୍ଡନ୍ ୟେଟ୍ କହିଛନ୍ତି ଯେ, ଓ୍ୱାନଅଡୁ, ଫିଜି ଆଦି ଦ୍ୱୀପରେ ଲୋକଙ୍କୁ ସହାୟତା କରାଯାଉଛି । କରୋନା ସଙ୍କଟ ମଧ୍ୟରେ ଏହି ବାତ୍ୟା ଅଧିକ ବିପଦ ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.