କଳିଙ୍ଗପଟ୍ଟନମ୍‌ ଠାରୁ ୨୫ କିମି ଦୂରରେ ଉପକୂଳ ଅତିକ୍ରମ କରିବ ଗୁଲାବ, ମୁରାବାଡ଼ିରେ ଛୁଇଁବ ସ୍ଥଳ

Published By : Prameya-News7 Bureau | September 26, 2021 IST

ଭୁବନେଶ୍ୱର, ୨୬/୦୯: ବଙ୍ଗୋପସାଗର ଉପକୂଳକୁ ସାମୁଦ୍ରିକ ଝଡ଼ ଗୁଲାବ ମାଡ଼ି ଆସୁଛି । ଆନ୍ଧ୍ରପ୍ରଦେଶ କଳିଙ୍ଗପଟ୍ଟନମ୍‌ର ମୁରାବାଡ଼ି ଠାରେ ଏହା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ସନ୍ଧ୍ୟା ୬ଟା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡ୍‌ଫଲ୍‌କୁ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ପୂର୍ବରୁ ସୂଚନା ଦେଇଥିଲେ ।

ଆଇଏମ୍‌ଡି ଡିଜି ବାତ୍ୟାର ଲ୍ୟାଣ୍ଡଫଲ୍‌ ନେଇ କିଛି ସମୟ ପୂର୍ବରୁ ସୂଚନା ଦେଇଥିଲେ । ଏହି ପ୍ରକ୍ରିୟା ସରିବାକୁ ପାଖାପାଖି ୩ ଘଣ୍ଟା ସମୟ ଲାଗିବ । କଳିଙ୍ଗପଟ୍ଟନମ୍‌ଠାରୁ ୨୫ କିମି ଦୂରରେ ଏହା ଉପକୂଳ ଅତିକ୍ରମ କରିବ ।

ଗୋପାଳପୁରଠାରୁ କିଛି ସମୟ ପୂର୍ବରୁ ୯୫ କିମି ଦୂରରେ ଗୁଲାବ ରହିଥିବା ବେଳେ ଆନ୍ଧ୍ର କଳିଙ୍ଗପଟ୍ଟନମ୍‌ ଠାରୁ ୮୫ କିମି ଦୂରରେ ରହିଥିଲା ବୋଲି ଜଣାପଡ଼ିଥିଲା । ବିଗତ ୩ ଘଣ୍ଟାରେ ଏହାର ବେଗ ୨୫ କିମି ରହିଛି । ମଧ୍ୟରାତ୍ର ସୁଦ୍ଧା ଏହା ଗୋପାଳପୁର ଓ କଳିଙ୍ଗପାଟ୍ଟନମ୍‌ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିମି ରହିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.