Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

କାଲି ଓଡ଼ିଶା ଅତିକ୍ରମ କରିବ ଗୁଲାବ, ସତର୍କ ରହିବାରକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

26/09/2021 at 8:26 PM

ଭୁବନେଶ୍ୱର, ୨୬/୦୯: ସନ୍ଧ୍ୟା ୬ଟାରୁ ବାତ୍ୟା ଗୁଲାବର ଲ୍ୟାଣ୍ଡ୍‌ଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ୩ ଘଣ୍ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଚାଲିବ । ଏହା କଳିଙ୍ଗପଟ୍ଟନମ୍‌ଠାରୁ ୨୫ କିମି ଦୂରରେ ଉପକୂଳ ଅତିକ୍ରମ କରିବ ।

ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ରାତି ୯ଟାରୁ ୯.୩୦ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସରିବ । ଟୋକାଲି ଓ ମୋଡିଗୁଡ଼ା ମଝିରେ ସ୍ଥଳଭାଗ ଗୁଲାବ ଅତିକ୍ରମ କରିବ । ଦିନ ୧୨ଟାରେ ବାତ୍ୟାର ବେଗ ବଢ଼ିଥିଲା । ଏହି କାରଣରୁ ୩ ଘଣ୍ଟା ଆଗରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାର ପ୍ରଭାବରେ ଗଜପତିରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି। ଗଜପତିରେ ୪୦ରୁ ୫୦ କିମି ବେଗରେ ପବନ ବହୁଛି । କାଲି ପୂର୍ବାହ୍ନ ସୁଦ୍ଧା ବାତ୍ୟା ଓଡ଼ିଶା ଅତିକ୍ରମ କରିବ । ତେଣୁ କାଲି ମଧ୍ୟାହ୍ନ ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଲେ ଏସ୍‌ଆର୍‌ସି ।  

   Related Posts