Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବାତ୍ୟା ‘ଗୁଲାବ’ ମୁକାବିଲା : ହେଲପଲାଇନ୍ ନମ୍ବର ଜାରି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

26/09/2021 at 8:32 AM

ବ୍ରହ୍ମପୁର, ୨୬।୦୯ : ସମ୍ଭାବ୍ୟ ବାତ୍ୟା ଗୁଲାବ ତାଣ୍ଡବ ରଚିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା ପ୍ରଶାସନ । ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷପ ଗ୍ରହଣ କରିସାରିଲାଣି । ବିଶେଷକରି ରୂଷିକୁଲ୍ୟା ଓ ବାଘୁଆ ନଦୀରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଜଣାପଡିଛି । ଏହାକୁ ନେଇ ବୁଗୁଡା ଜଳ ସେଚନ ବିଭାଗ ପକ୍ଷରୁ ନଦୀ ତଟରେ ଥିବା ଗାଁ ଗୁଡିକରେ ଲୋକେ ସତର୍କ ରହିବା  ପାଇଁ ମାଇକ ମାଧ୍ୟମରେ ପ୍ରଚାର କରିଛନ୍ତି ।

ସେହିପରି ଗୋପାଳପୁରରେ ଲୋକଙ୍କୁ ସତର୍କ ରହିବା ପାଇଁ ମାଇକ୍ ପ୍ରଚାର କରି ସଚେତନ କରିଛି ପ୍ରଶାସନ । ବର୍ତ୍ତମାନ ବାଘୁଆ ଜଳଭଣ୍ଡାରରେ ୬୦% ଜଳ ଗଛିତ ରହିଥିବା ବେଳେ ଜଳଭଣ୍ଡାରରେ ୮୦%  ଜଳ ହେଲେ ନିଷ୍କାସନ କରିବା ନିମନ୍ତେ ଘୋଷଣା କରାଯାଇଛି । ମଝିରେ ମଝିରେ ଝିପି ଝିପି ବର୍ଷା  ହେବା ସହ କୋହଲିଆ ପାଗ ରହିଛି । ସେପଟେ ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜରୁରିକାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ଯେକୌଣସି ସମାସ୍ୟା ସମାଧାନ ପାଇଁ ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଜରୁରୀ କାଳୀନ ହେଲପ୍ ଲାଇନ୍ ନମ୍ବର ଜାରି  କରିଛି।

ହେଲପ୍ ଲାଇନ ନମ୍ବର- ୦୬୮୦ ୨୨୨୭୦୦୦, ୯୧୭୭୫୨୦୫୫୫୬୭।

ସେହିପରି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଧ୍ୟ  ସମ୍ଭାବ୍ୟ ବାତ୍ୟା ଗୁଲାବ୍ ନେଇ ଜରୁରୀକାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି ।

ହେଲପ ଲାଇନ ନମ୍ବର- ୮୧୧୭୦୫୫୯୦୦।

   Related Posts