କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ

Published By : Prameya-News7 Bureau | September 27, 2021 IST

କୋରାପୁଟ ୨୭।୯: କୋରାପୁଟ ଜିଲ୍ଲାରେ ପ୍ରଭାବ ପକାଇଛି ବାତ୍ୟା ‘ଗୁଲାବ’ । ରବିବାର ରାତିଠାରୁ ବର୍ଷା ଜାରି ରହିଛି । ଜିଲ୍ଲାରେ ରାତିଠାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। କୋରାପୁଟ ସମେତ ବନ୍ଧୁଗାଁ ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଳିଗୁଡା, ପଟାଙ୍ଗିରେ ପ୍ରବଳ ଲାଗି ରହିଛି ।

ଆନ୍ଧ୍ର ସୀମାନ୍ତ ଶୁଙ୍କିରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ପ୍ରବଳ ବର୍ଷା ସହ ପବନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ୫ଟି ଘର ଭାଙ୍ଗି ଯାଇଛି । ୨୬ ନଂ ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ରାସ୍ତା ସଫା କରୁଛନ୍ତି ।

ନନ୍ଦପୁର ଓ ସେମିଳିଗୁଡା ବ୍ଲକରେ ଗଛପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଓଡ୍ରାଫ ପକ୍ଷରୁ ଅପରେସନ ଚାଲିଛି । ତାନସିଲ ଗ୍ରାମରେ ଗୋଟିଏ, କେତନପାଡୁରେ ୨ଟି, ମଡାୱ୍ବାଲସାରେ ୨ଟି ଘରର ଛାତ ଉଡି ଘର ଭାଙ୍ଗି ଯାଇଛି । ଶୁଙ୍କି ନିକଟ ବଡ ନାଳରେ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଛି । ଶୁଙ୍କି ଛକ ସ୍ଥିତ  ଲ୍ୟାମ୍ପ ଗୃହରେ ୮ ପରିବାର ଆଶ୍ରୟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.