Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ବଦଳିଲା ‘ଫନି’ର ଲ୍ୟାଣ୍ଡଫଲ୍ ସମୟ, ସକାଳ ୮ଟାରୁ ୧୦ଟା ମଧ୍ୟରେ ହିଟ୍ କରିବ ସ୍ଥଳଭାଗ

2/05/2019 at 4:45 PM

ଭୁବନେଶ୍ବର ୨|୫: ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ଫନି ଚିଲିକା ଏବଂ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ତାଜା ସୂଚନା ମିଳିଛି । ପୂର୍ବରୁ ୧୦ଟାରୁ ୧୨ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଉଥିଲା । ଏହା ପୂର୍ବରୁ ଆସନ୍ତାକାଲି ସନ୍ଧ୍ୟା ୫ଟା ବେଳକୁ ଲ୍ୟାଣ୍ଡଫଲ୍ ର ସମ୍ଭାବନା ଥିବା ଆଶଙ୍କା କରାଯାଉଥିଲା । କିନ୍ତୁ ଫନି ର ଘଣ୍ଟାପ୍ରତି ବେଗ ବୃଦ୍ଧି ପାଉଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ନୂଆ ପୂର୍ବାନୁମାନ ଜାରି କରାଯାଇଛି ।

ପୂର୍ବ ଆକଳନଠାରୁ ଫନି ଆଗୁଆ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ବିଭିନ୍ନ ସ୍ଥାନରେ ତ୍ବରାନ୍ବିତ କରାଯାଇଛି । ସମୁଦାୟ ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଆଜି ଅପରାହାନ ୪ଟା ସୁଦ୍ଧା ୩ଲକ୍ଷ ୨୬ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି । ୩ହଜାର ବାତ୍ୟା ଆଶ୍ରୟସ୍ଥଳୀ ବ୍ୟତୀତ ବିଭିନ୍ନ ସ୍କୁଲ, କଲେଜ, କୋଠଘରେ ମଧ୍ୟ ଲୋକଙ୍କୁ ଥଇଥାନ କରାଯାଇଛି । ରାତି ସୁଦ୍ଧା ପାଖାପାଖି ୫ଲକ୍ଷ ଲୋକ ସ୍ଥାନାନ୍ତର ହେବେ । ପୂର୍ବରୁ ପୁରୀ ବାଲୁଖଣ୍ଡ କିମ୍ବା ଜଗତସିଂହପୁର ଜିଲ୍ଲାରେ ଫନି ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଥିଲା । ତେବେ ସଦ୍ୟ ମିଳିଥିବା ରିପୋର୍ଟ ଅନୁସାରେ ଚିଲିକା ଓ ପୁରୀ ମଧ୍ୟରେ ଫନି ଲ୍ୟାଣ୍ଡଫଲ୍ କରିବ । ଫଳରେ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲ୍ଲା ସିଧାସଳଖ ପ୍ରଭାବିତ ହେବ ।  

   Related Posts