ସକାଳ ସାଢେ ୯ଟା ରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ : ପୁରୀରେ କରିବ ହିଟ୍

Published By : Prameya-News7 Bureau | May 02, 2019 IST

ପୁରୀ ୨/୫ : ପୁରୀକୁ ପାଖେଇଲାଣି ବାତ୍ୟା ଫୋନି । ଆସନ୍ତାକାଲି ସକାଳ ୧୦ ଟାରୁ ୧୨ଟା ଭିତରେ ଫୋନି ପୁରୀରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ଘଣ୍ଟାପ୍ରତି ସର୍ବାଧିକ ୧୭୦ ରୁ ୧୮୦ କିମି ବେଗରେ ପବନ ବହିବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

{"id":110067}


ମାଡି ଆସୁଛି ଫୋନି । ଦିନ ସାଢେ ଗୋଟାଏ ସୁଦ୍ଧା ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ପୁରୀ ଠାରୁ ୩୩୦ କିମି ଦୂରରେ ରହିଛି । ବିଶାଖପାଟଣା ଠାରୁ ଏହା ୧୮୦ କିମି ଦୂରରେ ରହିଛି । ଗୋପାଳପୁର ଏବଂ ପାରାଦୀପ ମଧ୍ୟରେ ପୁରୀର ଦକ୍ଷିଣ ଦେଇ ଗତି କରିବ ବୋଲି ସୂଚନା ମିଳିଛି । ଆସନ୍ତାକାଲି ସକାଳ ୧୦ଟାୁ ୧୨ଟା ମଧ୍ୟରେ ଏହା ପୁରୀଠାରେ ଉପକୂଳ ସ୍ପର୍ଶ କରିବ ବା ଲ୍ୟାଣ୍ଡ ଫଲ୍‌ କରିବ ।

{"id":110070}

ପୂର୍ବରୁ ଏହା ଶୁକ୍ରବାର ସନ୍ଧ୍ୟା ୫.୩୦ ମି ସମୟରେ ଓଡ଼ିଶା ଉପକୂଳ ଛୁଇଁବାର ଆକଳନ କରାଯାଇଥିଲା । ଫୋନି ଏବେ ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦ ରୁ ୧୮୦ କିମି ରହୁଥିବା ବେଳେ ଲ୍ୟାଣ୍ଡଫଲ୍ ସମୟରେ ଏହାର ବେଗ ଘଣ୍ଟା ପ୍ରତି ୨୦୦ କିମି ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।

{"id":110068}


ଫୋନି ପ୍ରଭାବରେ ଜୋରରେ ପବନ ବୋହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫୋନିର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ସମେତ ଗଞ୍ଜାମର ଉତ୍ତରାଞ୍ଚଳରେ ଏହାର ପ୍ରଭାବ ଅଧିକ ପଡ଼ିବ । ସେହିପରି କଟକ, ଯାଜପୁର, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ମଧ୍ୟ ବାତ୍ୟା ଅନୁଭୂତ ହେବ। ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫୋନି’ର ପ୍ରଭାବରେ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି ।

{"id":110071}

ଓଡ଼ିଶାର ୧୯ ଜିଲ୍ଲାରେ 'ଫୋନି'ର ପ୍ରଭାବ ପଡିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ଓଡ଼ିଶା ସମେତ ପଡୋଶୀ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ପ୍ରଭାବ ପଡିବ । ଲ୍ୟାଣ୍ଡଫଲ ବେଳେ ବଡବଜ ଗଛ, ବିଦ୍ୟୁତ ଖୁଣ୍ଟ, କଚ୍ଚା ଘର ଭାଙ୍ଗିବା ସହିତ , ଟିଣ ଓ ଛପର ଉଡ଼ିଯିବା ଆଶଙ୍କା ରହିଛି । ତେଣୁ ଏଥିପ୍ରତି ସଜାଗ ରହିବାକୁ କୁହାଯାଇଛି ।

{"id":110069}


ବାତ୍ୟା ଫୋନିର ପ୍ରଭାର ଲ୍ୟାଣ୍ଡ ଫଲ୍‌ ସମୟରେ ଅଧିକ ରହିବ । ତେବେ ପ୍ରଭାବ ଦୃଷ୍ଟିରୁ ଫୋନି ତିତ୍‌ଲିରୁ ବଡ ଓ ଫାଇଲିନ୍‌ରୁ ସାନ ବୋଲି ଭାରତୀୟ ପାଣିପାଗ ବିଭାଗ କହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.