Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ସାମୁଦ୍ରିକ ବାତ୍ୟା ଫନିକୁ ଦେଢମାସ ବିତିଲାଣି ହେଲେ ଏବେବି ଅନ୍ଧାରରେ ଆଳିଶି ଶାସନ

20/06/2019 at 9:26 PM

ଭୁବନେଶ୍ବର ୨୦।୬: ସାମୁଦ୍ରିକ ବାତ୍ୟା ଫନିକୁ ଇତିଧ୍ୟରେ ଦେଢ ମାସରୁ ଅଧିକ କାଳ ବିତିଗଲାଣି। ହେଲେ ବାଲିପାଟଣାର ଅନେକ ଗାଁ ଏବେ ବି ଅନ୍ଧାରରେ ।ଏଣୁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରେଣ୍ଟ ନଥିବା ବେଳେ ଅସହ୍ୟ ଗ୍ରଷ୍ମ ଲୋକଙ୍କ କଷ୍ଟକୁ ବହୁଗୁଇତକରିଛି।  ଗରମ ଗୁଳୁଗୁଳିରେ ଘରେ ଶୋଇବସି ହେଉ ନଥିବା ବେଳେ  କିଏ ରାସ୍ତାରେ ତ ଆଉ କିଏ ଘର ବାରଣ୍ଡାରେ ଶୋଉଛନ୍ତି ।

ଛୋଟ ପିଲାଙ୍କ ଅବସ୍ଥା ନ କହିବା ଭଲ । ମା’ ମାନଙ୍କ ହାତକୁ ଫୁରସତ ମିଳୁନି । ବିଞ୍ଚଣା ବନ୍ଦ ହେଲେ ଉଠିପଡି କାନ୍ଦୁଛନ୍ତି । ଲାଇନ ନଥିବା ଯୋଗୁ ଲୋକେ ଶୁଦ୍ଧ ପାଣି କଥା ପୋଶାରୀ ଦେଲେଣି। ସେହିପରି  ପିଲାମାନେ ମନକୁମନ  ପାଠ ପଢାରେ ଡୋରି ବାନ୍ଧି ସାରିଲେଣି। ମହିଳାମାନେ ଦିନ ଥାଉ ଥାଉ କାମ ସାରି ଦେଇ ସନ୍ଧ୍ୟାବେଳେ ଏକାଠି ହୋଇ ଗପସପ କରୁଥିବା ଦେଖିବାକୁ ମିଳୁଛି । ଏହି ଭଳି ଭାବେ ଦେଢ ମାସ ହେଲାଣି ବଞ୍ଚୁଛନ୍ତି ବାଲିପାଟଣା ବ୍ଲକ ଆଳିଶି ଶାସନ ଗାଁର ଲୋକେ ।

ଫନି ମାଡରେ ଧରାଶାୟୀ ବିଦ୍ୟୁତ ପୋଲ ଏବଂ ଟ୍ରାନ୍ସଫର୍ମର ଏବେ ବି ସେମିତି ଗଡୁଛନ୍ତି।   ବର୍ତ୍ତମାନ  ପର୍ଯ୍ୟନ୍ତ ୭୦ ରୁ ୮୦ ପ୍ରତିଶତ କାମ ହୋଇଛି  କହୁଛନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ । କିନ୍ତୁ ଆଳିଶି ଶାସନକୁ ଏଯାଏ ଆସିପାରିନି କରେଣ୍ଟ । ବିଦ୍ୟୁତ ସବ-ଷ୍ଟେସନ ଦୌଡି ଦୌଡି ନୟାନ୍ତ ହେଲେଣି ଲୋକେ ।   ତେବେ ଆଉ ଅଳ୍ପ କିଛି ଦିନ ମଧ୍ୟରେ ବାଲିପାଟଣା ବ୍ଲକର ସବୁ ଗାଁକୁ ଲାଇନ୍ ଆସିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ । ପିପିଲି ଓ ନିମାପଡା ସବ-ଷ୍ଟେସନରୁ ଏହି ସବୁ ଅଞ୍ଚଳକୁ ଲାଇନ୍ ଆସିଥିବାରୁ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି ।

   Related Posts