Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଓଡିଶା ମୁହାଁ ସାମୁଦ୍ରିକ ବାତ୍ୟା ‘ଫନି’, ପୁରୀ ପାଖାପାଖି କରିପାରେ ଲ୍ୟାଣ୍ଡଫଲ୍

30/04/2019 at 2:16 PM

ଭୁବନେଶ୍ବର ୩୦|୪: ଧୀରେ ଧୀରେ ଶକ୍ତିଶାଳୀ ହେଉଛି ସାମୁଦ୍ରିକ ବାତ୍ୟା ‘ଫନି’ । ଭାରତୀୟ ପାଣିପାଗ ସଂସ୍ଥା ଅନୁଯାୟୀ ୩ ତାରିଖରେ ଏହା ପୁରୀ ନିକଟରେ ଲ୍ୟାଣ୍ଡ୍‌ଫଲ କରିପାରେ । ଉପକୂଳ ଛୁଇଁବା ବେଳେ ଏହା ଭୀଷଣ ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଥିବ । ତେଣୁ ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କିଲୋମିଟର ରହିପାରେ । ଏବେ ଉପକୂଳ ଓଡିଶାରେ ଏହାର ବେଶ୍ ପ୍ରଭାବ ରହିବ । ଉପକୂଳ ଏବଂ ଉତ୍ତର ଓଡିଶାରେ ପବନର ପ୍ରଭାବ ରହିବ । ତେବେ ଏହାର ଗତିପଥ ଆଜି ସଂଧ୍ୟାରେ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ କହିଛି ।

ଏବେ ବାତ୍ୟା ‘ଫନି’ ବଙ୍ଗୋପସାଗର ଭିତରେ ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଛି । ଚେନ୍ନାଇଠାରୁ ୬୯୦ କିଲୋମିଟର ଏବଂ ମଛଲିପଟନମ୍ ରୁ ୭୬୦କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ‘ଫନି’ ଏବେ ଘଣ୍ଟାପ୍ରତି ୧୬କିଲୋମିଟର ବେଗରେ ଗତି କରୁଥିବା ବେଳେ ପୁରୀଠାରୁ ୮୩୦ କିଲୋମିଟର ଦୂରରେ ରହିଛି । ଏବେ ‘ଫନି’ ଆନ୍ଧ୍ର ଉପକୂଳ ମୁହାଁ ହେଉଛି, ତେବେ ଆଜି ସଂଧ୍ୟା ବା ଆସନ୍ତାକାଲି ସକାଳେ ଗତିପଥ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ଆଶଙ୍କା ରହିଛି । ଏହାପରେ ‘ଫନି’ ବାତ୍ୟା ଓଡିଶା ମୁହାଁ ହୋଇପାରେ । ଆସନ୍ତା ୩୬ ଘଣ୍ଟା ଭିତରେ ‘ଫନି’ ଭୀଷଣ ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବା ସହ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ ।

ତେବେ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଜଏଣ୍ଟ ଓ୍ବାର୍ଣ୍ଣିଂ ତାଇଫୁନ ସେଣ୍ଟର ଏବଂ ଷ୍ଟର୍ମ ଟ୍ରାକର ଅନୁଯାୟୀ ବାତ୍ୟା ‘ଫନି’ ଆସନ୍ତା ୪ତାରିଖ ବେଳକୁ ଉତ୍ତର ଓଡିଶା ବା ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ବେଳେ ‘ଫନି’ କ୍ୟାଟେଗୋରୀ-୨ ବାତ୍ୟା ବା ଭେରି ସିଭିଅର ସାଇକ୍ଲୋନ୍ ଷ୍ଟର୍ମ ଭାବରେ ଉପକୂଳ ଛୁଇଁବ । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କିଲୋମିଟର ରହିବ ।  ଏହାପରେ ‘ଫନି’ ବାତ୍ୟା ଧୀରେ ଧୀରେ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଭିତରେ ଦେଇ ବାଂଲାଦେଶ ମୁହାଁ ହେବ । ‘ଫନି’ ବାତ୍ୟା ପ୍ରଭାବରେ ଆସନ୍ତା ୨ ତାରିଖରୁ ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ । ୩ ଏବଂ ୪ତାରିଖରେ ବର୍ଷାର ପରିମାଣ ବଢିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

   Related Posts