Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘୂର୍ଣ୍ଣିବାତ୍ୟା ଫାନି ଯୋଗୁ ବିଗିଡିପାରେ ଉତ୍ତର ଭାରତର ପାଗ

28/04/2019 at 9:01 PM

ନୂଆଦିଲ୍ଲୀ ୨୮।୪:  ଘୂର୍ଣ୍ଣିବାତ୍ୟା ଫାନି ଆଗାମୀ ୧୨ ଘଣ୍ଟାରେ ଭିଷଣ ଘୂର୍ଣ୍ଣି ଝଡର ରୂପନେଇପାରେ। ଜାତୀୟ ପାଣିପାଗ ବିଭାଗ ଅନୁସାରେ ଫାନି  ଏବେ ବଙ୍ଗୋପସାଗର ସଲଗ୍ନ ପୂର୍ବ ହୀନ୍ଦ ମହାସାଗରର ଭୂମଧ୍ୟ ରେଖା ଉପରେ ରହିଛି । ଯାହା ସୋମବାର ଘୂର୍ଣ୍ଣିବାତ୍ୟାର ରୂପ ନେବ ବୋଲି ପାଣି ପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଏହାର ପ୍ରଭାବରେ କେରଳର କେତେକ ଅଞ୍ଚଳରେ ଏପ୍ରିଲ ୨୯ ଓ ୩୦ ତାରିଖରେ ବର୍ଷା ଆରମ୍ଭ ହେବାକୁ ଥିବା ବେଳେ ଏହାର ପ୍ରଭାବ ଉତ୍ତର ଭାରତର ପାଣିପାଗ ଉପରେ ପଡିବ ।

ଫାନି ପ୍ରଭାବରେ ଉତ୍ତର ଭାରତର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆକଳନ କରାଯାଉଥିବା ବେଳେ ପରେ ଭିଷଣ ଗ୍ରୀଷ୍ମ ପ୍ରବାହ ଆକଳନ କରିଛନ୍ତି ପାଣି ପାଗ ବିଭାଗ। ଫାନି ପ୍ରଭାବରେ ଚେନ୍ନାଇ ସମେତ ଉତ୍ତର ତାମିଲନାଡୁରେ ଭିଷଣ ବର୍ଷା ଆଶଙ୍କା କରାଯାଉଥିବା ବେଳେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ୩୦ ତାରିଖରୁ ପବନର ବେଗ ବଢିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛନ୍ତି । ପରେ ବାତ୍ୟା ଓଡିଶା ଅଥବା ବାଂଲାଦେଶ ଉପକୂଳକୁ ମୁହାଁଇବ। ଏହାର ପ୍ରଭାବରେ ଏଣୁ ୩୦ଏପ୍ରିଲ ଓ ୧ ମଇରେ ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ଅନୁମାନ କରାଯାଉଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ନ ଯିବା ଲାଗି ବାରଣ କରିଛନ୍ତି ପାଣି ପାଗ ବିଭାଗ।  

   Related Posts