Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ତୀବ୍ର ହେଉଛି ସାମୁଦ୍ରିକ ବାତ୍ୟା ‘ଫନି’ : ସାତପଡା ଓ ଚନ୍ଦ୍ରଭାଗା ମଧ୍ୟରେ ଛୁଇଁପାରେ ସ୍ଥଳଭାଗ !

30/04/2019 at 8:24 AM

ଭୁବନେଶ୍ବର ୩୦|୪: ବାତ୍ୟାରେ ପରିଣତ ହୋଇଛି ‘ଫନି’ । ୨୪ଘଣ୍ଟା ଭିତରେ ଅତି ପ୍ରବଳ ବାତ୍ୟାରେ ପରିଣତ ହେବ ‘ଫନି’ । ଗତକାଲି ରାତି ୮ଟା ସୁଦ୍ଧା ଚେନ୍ନାଇଠାରୁ ୭୭୦ ଓ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ୍ ଠାରୁ ୯୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଥିଲା । ବାତ୍ୟା ‘ଫନି’ ଓଡ଼ିଶାରେ ମାଡ ହେବ ବୋଲି ଆଶଙ୍କା କରାଯାଉଛି । ସମୁଦ୍ରରେ ମନ୍ଥର ଗତିରେ ଆଗକୁ ବଢ଼ୁଥିବା ‘ଫନି’ ଗତ କିଛି ଘଣ୍ଟା ହେଲା ୧୧ କିମି ବେଗରେ ଆଗକୁ ବଢ଼ୁଛି ।

ଓଡଶା ମୁହାଁ ‘ଫନି’ ୩ରେ ଛୁଇଁପାରେ ପୁରୀ । ଭୟଙ୍କର ରୂପ ନେଇ ଓଡିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା ‘ଫନି’। ପାଣିପାଗ ବିଭାଗର ପୂର୍ବାନୁମାନ ଯଦି ଠିକ୍ ହୁଏ, ତେବେ ଏହା ମେ’ ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ପୁରୀ ସଂଲଗ୍ନ ଉପକୂଳରେ ମାଡ ହେବ । ପୁରୀର ସାତପଡାଠାରୁ ଚନ୍ଦ୍ରଭାଗା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ୍ ଦେଖାଉଛନ୍ତି । ଓଡିଶା ଉପକୂଳ ଓ ତା ପାଖାପାଖି ଅଞ୍ଚଳରେ ୪ ତାରିଖ ପୂର୍ବାହ୍ନ ବେଳକୁ ଏହାର ପ୍ରକୋପ ଟିକିଏ କମିବ । ଏହା ପ୍ରଭାବରେ ୨ ତାରିଖରୁ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଦକ୍ଷିଣ ଓଡିଶାରେ ମଧ୍ୟ ପାଣିପାଗ ବିଭାଗର ଚିତ୍ର ସୂଚାଉଛି ଯେ ‘ଫନି’ ଯେତେ ଆଗକୁ ବଢ଼ୁଛି, ଓଡିଶା ପ୍ରତି ବିପଦ ଆଶଙ୍କା ସେତେ ବଢ଼ୁଛି । ପ୍ରଥମେ ତାମିଲନାଡୁ ପ୍ରତି ବିପଦ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା । ଏହା ପୁଣି ଦିଗ ବଦଳାଇ ଦେଇ ଓଡିଶାକୁ ମୁହଁ କରିଥିଲା ।

ପାଣିପାଗ ବିଭାଗର ଆକଳନ କହୁଛି, ୩ ତାରିଖ ରାତିରେ ପୁରୀର ସାତପଡା ଓ ଚନ୍ଦ୍ରଭାଗା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ପରେ ସମୁଦ୍ର କୂଳେ କୂଳେ ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ବାରିପଦା ଦେଇ ପଶ୍ଚିମବଙ୍ଗ ଆଡକୁ ବଢିବ । ଅନ୍ୟଥା ନୟାଗଡ ଦେଇ ଉପକୂଳ ଜିଲ୍ଲାକୁ ଘାଣ୍ଟିବ । ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ବେଗ ଆହୁରି ବ୍ୟାପକ ହେବ ବୋଲି କୁହାଯାଉଛି ।

   Related Posts