Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

୭୨ ଘଣ୍ଟା ପରେ ପ୍ରଭାବ ଦେଖାଇବ ବାତ୍ୟା ଫନି : ଉପକୂଳ ଓଡିଶାରେ ଅଧିକ ବର୍ଷା ସମ୍ଭାବନା, ୨୦ଟି ଓଡ୍ରାଫ ଟିମ୍ ପ୍ରସ୍ତୁତ

29/04/2019 at 4:25 PM

ଭୁବନେଶ୍ୱର ୨୯/୪ : ୭୨ ଘଣ୍ଟା ପରେ ବାତ୍ୟା ଫନିର ପ୍ରଭାବ ଦେଖିବାକୁ ମିଳିବ | ମେ ୨ ତାରିଖରୁ ଦକ୍ଷିଣ ଓଡିଶାରେ ବର୍ଷା ହେବ | ଉପକୂଳ ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି | ୩ ତାରିଖରେ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ବିଭାଗ |

ସାମୁଦ୍ରିକ ବାତ୍ୟା ଫନିକୁ ନେଇ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା | ବୈଠକରେ ସ୍ବତନ୍ତ୍ର ରିଲିଫ୍ କମିଶନର, ପୋଲିସ ଡିଜି, ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ | ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ଯେ, ବାତ୍ୟା ଫନି ଗୋପାଳପୁରରେ ମାଡ ହେବାର ସମ୍ଭାବନା ନାହିଁ | ବାତ୍ୟା ଫନି ଦକ୍ଷିଣ ଓଡିଶା ଦେଇ ଗତି କରିବ | ସେହି ସମୟରେ ଏହାର ପ୍ରଭାବ ଅନୁଭୂତ ହେବ | ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି |

ଦକ୍ଷିଣ ଓଡିଶାରେ ୫୦-୬୦ କିମି ବେଗରେ ପବନ ବହିବ | ରାଜ୍ୟ ସରକାର ଏନେଇ ସତର୍କ ସୂଚନା ଜାରି କରିଛନ୍ତି | ୨୦ଟି ଓଡ୍ରାଫ ଓ ୧୨ଟି ଏନଡିଆରଏଫ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି | ତେବେ ସନ୍ଧ୍ୟାରେ ଏହାର ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ |

   Related Posts