କରାଳ ରୂପ ଧରି ପାଖେଇ ଆସିଲା 'ଫନି', ପୁରୀଠାରୁ ମାତ୍ର ୩୨୦ କିଲୋମିଟର ଦୂରରେ

Published By : Prameya-News7 Bureau | May 02, 2019 IST

ଭୁବନେଶ୍ବର ୨|୫: ସାମୁଦ୍ରିକ ଝଡ ‘ଫନି’ ଓଡିଶାର ନିକଟବର୍ତ୍ତୀ ହେବାରେ ଲାଗିଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପୁରୀଠାରୁ ୩୨୦ କିଲୋମିଟର ଦୂରରେ ପହଞ୍ଚିସାରିଛି ଫନି । ଭୟଙ୍କର ରୂପ ଧରି ଘଂଟାକୁ ୧୭କିମି ବେଗରେ ଓଡିଶା ଉପକୂଳ ଆଡକୁ ମାଡି ଆସୁଛି । ଫନିର କରାଳ ରୂପ ବେଳକୁ ବେଳ ଉଗ୍ର ରୂପ ଧାରଣ କରିବ ଏବଂ ସକାଳ ୮ଟାରୁ ୧୦ଟା ମଧ୍ୟରେ ଚିଲିକା-ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ଏହି ସମୟରରେ ପବନର ଗତି ସର୍ବାଧିକ ଘଣ୍ଟାପ୍ରତି ୨୦୦କିଲୋମିଟର ହେବା ଆଶଙ୍କା କରାଯାଉଛି । ସେହିଭଳି ଆଜି ରାତିରୁ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି ।

ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ଯୁଦ୍ଧକାଳିନ ଭିତ୍ତିରେ ସ୍ଥାନାନ୍ତର କରାଯାଉଛି । ରିଲିଫ୍ ସାମଗ୍ରୀ ମଧ୍ୟ ମହଜୁଦ ରଖାଯିବା ସହ ୯୩୬ଟି ମେଡିକାଲ ରିଲିଫ୍ କ୍ୟାମ୍ପ୍ କରାଯାଇଛି । ୩୨ଲକ୍ଷରୁ ଅଧିକ ପାଣି ପାଉଚ ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମହଜୁଦ ରଖାଯାଇଛି । ସମସ୍ତ ପ୍ରକାରର ଅଘଟଣକୁ ଏଡାଇବା ଲାଗି ହାଓ୍ବାଡା ଓ ବିଶାଖାପାଟନମ୍ ମଧ୍ୟରେ ଯାତାୟତ କରୁଥିବା ୧୦୬ଟି ଟ୍ରେନ୍ ବାତିଲ କରିବା ସହ ରାଜ୍ୟରେ ବିଭିନ୍ନ ବନ୍ଦରରେ ୪ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.