Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମାଡି ଆସୁଛି ବାତ୍ୟା ‘ଏଲସା’, ସମ୍ଭାବ୍ୟ ବିପଦ ଏଡାଇବାକୁ ୧୨ ମହଲା କୋଠା ଭାଙ୍ଗିଲା ପ୍ରଶାସନ

5/07/2021 at 1:43 PM

ନୂଆଦିଲ୍ଲୀ,୦୫/୦୭: ଆସୁଛି ବାତ୍ୟା ଏଲସା । ଆମେରିକାର ଦକ୍ଷିଣ ପୂର୍ବ ରାଜ୍ୟ ଫ୍ଲୋରିଡାରେ ତାଣ୍ଡବ ରଚିବ ଏଲସା । ଏନେଇ ପ୍ରଶାସନ ମଧ୍ୟ ସତର୍କ ରହିଛି ।

ସୂଚନାନୁସାରେ, ବାତ୍ୟା ଏଲସା ଶନିବାର ହାଇତି ଓ ଡୋମିନିକା ରିପବ୍ଲିକରେ ତାଣ୍ଡବ ରଚିଥିଲା । ବାତ୍ୟା ପ୍ରଭାବରେ ହଜାର ହଜାର ଗଛ ଉପୁଡି ପଡିଛି । ଘରର ଛାତ ମଧ୍ୟ ଉଡିଯାଇଛି । ଅତିକମରେ ଏହାଦ୍ୱାରା ୩ ଜଣଙ୍କର ମୃତ୍ୟୁ ହୋଇଛି ।  ଏବେ ଏହା ଦୁର୍ବଳ ହୋଇ ଫ୍ଲୋରିଡା ଆଡେ ମୁହାଁଇଛି ।

ମିୟାମି ନ୍ୟାଶନାଲ ହରିକେନ୍ ସେଣ୍ଟର ତଥ୍ୟ ଅନୁସାରେ, ବାତ୍ୟାର କେନ୍ଦ୍ର ଜାମାଇକା ଉପକୂଳରୁ ପ୍ରାୟ ୧୭୫ ମାଇଲ୍ ଦୂରରେ ରହିଥିଲା । ଏହା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରିଥିଲା । ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ମଧ୍ୟ ପବନ ବହିଥିଲା । ତେବେ ଏହା କ୍ୟୁବା ପହଁଚିବା ପରେ ଦୁର୍ବଳ ହୋଇଯାଇଥିଲା । ଏପରି ଭାବେ ବାତ୍ୟା କ୍ରମଶଃ ଫ୍ଲୋରିଡା ଓ ଆଟଲାଣ୍ଟିକ୍ ଉପକୂଳ ଆଡେ ମୁହାଁଉଛି ।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଫ୍ଲୋରିଡା ପ୍ରଶାସନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି । ସର୍ଫସାଇଡ ସହରର ସମୂଦ୍ର କୂଳରେ ଥିବା ଏକ ଜରାଜୀର୍ଣ୍ଣ ୧୨ ମହଲା କୋଠାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦିଆଯାଇଛି । ଏହା ହେଉଛି ଆମେରିକା ଉତିହାସରେ ପ୍ରଥମ ଯେତେବେଳେ ଏତେବଡ କୋଠାକୁ ହଠାତ ଧ୍ୱଂସ କରିଦିଆଯାଇଛି ।ଏନେଇ ଗତ ଏପ୍ରିଲ ମାସରେ ଏଠାରେ ରହୁଥିବା ଲୋକଙ୍କୁ ଖାଲି କରିବାକୁ ସୂଚନା ମଧ୍ୟ ଦିଆଯାଇଥିଲା ।

ଫ୍ଲୋରିଡା ଗଭର୍ଣ୍ଣର ଟନ୍ ଡିସେଣ୍ଟିସଙ୍କ କହିବାନୁସାରେ, ୧୨ ମହଲା କୋଠାକୁ ଧ୍ୱଂସ କରିବା ସମୟରେ ପ୍ରାୟ ୧୨୧ ଜଣ ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ ଭଗ୍ୱବଶେଷ ତଳୁ ଖୋଜା ହେଉଛି । ସେମାନେ ଚାପି ହୋଇ ରହିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।  ସେମାନେ ନମିଳିବା ଯାଏଁ ତଲାସି ଅଭିଯାନ ଜାରି ରହିବ ବୋଲି ଗଭର୍ଣ୍ଣର କହିଛନ୍ତି ।

   Related Posts