ତିତଲି ପ୍ରଭାବରେ ଗଜପତିରେ ଆରମ୍ଭ ହୋଇଛି ପବନ ସହିତ ବର୍ଷା ; ପବନର ବେଗ ୩୦ ରୁ ୪୦ କି:ମି: ରହିଛି

Published By : Prameya-News7 Bureau | October 10, 2018 IST

ଗଜପତି ୧୦/୧୦ : ସାମୁଦ୍ରିକ ଝଡ ତିତଲି ଗଭୀର ଅବପାତର ରୂପ ନେବା ସହ ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ଏହା ଗୋପାଳପୁର ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶର କଳିଙ୍ଗପାଟନାମର ମଧ୍ୟବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଝଡ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ଗଜପତି ଜିଲ୍ଲାରେ ଏହାର ପ୍ରଭାବ ଯଥେଷ୍ଟ ମାତ୍ରାରେ ପଡିବ । ଗତକାଲି ସଂନ୍ଧ୍ୟାରୁ ଗଜପତି ଜିଲ୍ଲାର ଆକାଶ ମେଘାଛନ୍ନ ହୋଇପଡିଥବା ବେଳେ ଆଜି ସକାଳୁ ଝିପଝିପ ବର୍ଷା ଆରମ୍ଭ ହୋଇଯାଇଛି । ସେହିପରି ସମୟ ବଢିବା ସହ ପବନର ବେଗ ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ବର୍ତ୍ତମାନ ଜିଲ୍ଲାରେ ପବନର ବେଗ ୩୦ ରୁ ୪୦ କିମି ରହିଥିବା ବେଳେ ଏହା ବୃଦ୍ଧି ପାଇବା ସମ୍ଭାବନା ରହିଛି । ତେବେ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ଜିଲ୍ଲାପାଳ ସୂଚନା ଦେବା ସହ ବିଭିନ୍ନ ସ୍ଥାନରେ ଏନଡିଆରଏଫ ଓ ଅଗ୍ନିଶମ କର୍ମଚାରୀ ସଜାଗ ରହିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.