Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ବାତ୍ୟା ଆସୁଛି ! ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମ ହେବା ପରେ ମେ ୪-୫ରେ ଲ୍ୟାଣ୍ଡଫଲ୍, ବର୍ତ୍ତି ଯାଇପାରେ ଓଡିଶା

25/04/2020 at 6:28 PM

ଭୁବନେଶ୍ଵର ୨୫।୦୪: ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଗାମୀ ୪-୫ ଦିନରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ(IMD) ପୂର୍ବାନୁମାନ କରିଛି। ଉକ୍ତ ଅଞ୍ଚଳରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେଉଥିବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଉ କିଛି ଦିନ ପରେ ଏହା ଘୁର୍ଣ୍ଣିଝଡର ରୂପ ନେଇ ଭାରତୀୟ ଉପକୂଳ ଆଡକୁ ମୁହାଁଇ ବାଂଲାଦେଶ ଅଭିମୁଖେ ଗତି କରିବ। ତେବେ ଭାରତୀୟ ଉପକୂଳ ଅଞ୍ଚଳରେ ଏହାର ପ୍ରଭାବ ପଡିବା ନିଶ୍ଚିତ ଥିଲେ ବି ଓଡିଶା ଉପରେ ପ୍ରଭାବ ଏବେଠୁ ଆକଳନ କରାଯାଇ ନାହିଁ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମେ ୧ ତାରିଖରେ ଆାଣ୍ଡାମାନ ସାଗରରେ ଏହା ଲଘୁଚାପରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି। ଧିରେ ଧିରେ ଏହା ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିପାରେ। ମେ ୪ କିମ୍ବା ୫ ତାରିଖରେ ମିଆଁମାର ଓ ବାଂଲାଦେଶ ଲ୍ୟାଣ୍ଡଫଲ କରି ପାରେ ବୋଲି ପୁଣେ ସ୍ଥିତ Indian Institute of Tropical Metrology (IITM) , ଓ ଆମେରିକାର Global Forecast System (GFS) ପୂର୍ବାନୁମାନ କରିଛି। ଏହା ମଧ୍ୟ କୁହାଯାଉଛି ଲଘୁଚାପ ଅଧିକ ଘନୀଭୂତ ହୋଇ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି।

ସାଇକ୍ଲୋନିକ ସିଷ୍ଟମ ଭାରତୀୟ ଉପକୂଳ ଆଡକୁ ମୁହାଁଇ ମିଆଁମାର ଏବଂ ବାଂଲାଦେଶ ସୀମା ଆଡକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି । ହେଲେ ଓଡିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଛି। ତେବେ ଏହାର ପ୍ରଭାବରେ ମେ ୨ ତାରିଖରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି।  ତେବେ ଏହି ସାଇକ୍ଲୋନିକ ସିଷ୍ଟମ, ସମୁଦ୍ରରେ କେତେଦିନ ରହିବ, କେତେ ଘନୀଭୂତ ହେବ, ନିର୍ଦ୍ଦିଷ୍ଟ ଭାବେ କେଉଁଠି ପହଞ୍ଚିବ, ତାହା ଏବେଠୁ କିଛି ସ୍ପଷ୍ଟ ହୋଇ ନାହିଁ। ତେବେ ଓଡ଼ିଶା ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅନେକ ଅନ୍ତରାଷ୍ଟ୍ରୀୟ ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି।

   Related Posts