Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସୁଛି ବାତ୍ୟା, ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ୍

28/04/2020 at 10:30 PM

ଭୁବନେଶ୍ୱର, ୨୮୦୪: ଏପ୍ରିଲ ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ତୀବ୍ର ହେବାର ସମ୍ଭାବନା ଅଛି । ପ୍ରଥମେ  ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଓ ପରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଏବଂ ମିଆଁମାର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଗତି କରିବା ନେଇ ଆକଳନ କରାଯାଉଛି । ଏହା  ଏପ୍ରିଲ୍ ୩୦ରୁ ମେ ୩ ଭିତରେ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ବିଭାଗ କହିଛି। ଏହା ଆସନ୍ତା ୩ ତାରିଖରେ ମିଆଁମାର ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ନେଇ ଅନୁମାନ କରାଯାଉଛି । ଏହା ଉପରେ ନଜର ରଖାଯାଇଛି ଏବଂ ପ୍ରଭାବିତ ଆଶଙ୍କା ଥିବା ରାଜ୍ୟ ସରକାରଙ୍କୁ ନିୟମିତ ସୂଚନା ଦିଆଯାଉଛି ବୋଲି ପାଣିପାଗ ବିଭାଗ କୁହାଯାଇଛି।

ଲୋ-ପ୍ରେସର ହେଉଛି ଘୂର୍ଣ୍ଣିବଳୟର ପ୍ରଥମ ପର୍ଯ୍ୟାୟ । କିନ୍ତୁ ସମସ୍ତ ଲୋ-ପ୍ରେସର କ୍ଷେତ୍ରଗୁଡିକ ଏକ ଘୂର୍ଣ୍ଣିବଳୟରେ ବିକଶିତ ହୁଏ ନାହିଁ । ଏହି ଲଘୁଚାପ ଏହାର ପ୍ରଭାବରେ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଏହାର ଆଖପାଖ ସମୁଦ୍ର ଅଞ୍ଚଳରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏପ୍ରିଲ୍ ୩୦ରେ ନିକୋବର ଦ୍ୱୀପପୁଞ୍ଜ ଉପରେ ଥିବା ବିଚ୍ଛିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ହେବ ବୋଲି ଅନୁମାନ କରାଯାଉଛି । ଏହା ପରେ ଘଣ୍ଟା ପ୍ରତି ୬୦କିଲୋମିଟର ବେଗରେ ଗତି କରିବ । ଉତ୍ତର ସୁମାତ୍ରା ଉପକୂଳ, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୩୦ ଏପ୍ରିଲ ଏବଂ ମେ ୧ ରେ ଉତ୍ତର ଆଣ୍ଡାମାନ ସାଗରରେ ପ୍ରବାହିତ ହେବାର ସମ୍ଭାବନା ରହିଛି। ଆଣ୍ଡାମାନ ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ମେ ୨ ଏବଂ ୩ରେ ପ୍ରବାହିତ ହେବାର ସମ୍ଭାବନା ।ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ସିକିମରେ ଆସନ୍ତା ୪-୫ ଦିନ ମଧ୍ୟରେ ବର୍ଷା ହୋଇପାରେ । ସେହିପରି ସ୍ଥାନେସ୍ଥାନେ ବଜ୍ରପାତ ହେବାର ସମ୍ଭାବନା ରହିଛି ।

   Related Posts