ଆଇଏଏସଙ୍କ ପରେ ଆଇପିଏସ : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ୫ ଜିଲ୍ଲା ଦାୟିତ୍ୱରେ ୫ ଆଇପିଏସ

Published By : Prameya-News7 Bureau | May 24, 2021 IST

ଭୁବନେଶ୍ୱର,୨୪/୦୫ : ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ୫ ଆଇଏଏସ ଅଫିସରଙ୍କ ପରେ ଏବେ ୫ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି ।

ବାଲେଶ୍ୱର ପାଇଁ ଦିପ୍ତେଶ କୁମାର ପଟ୍ଟନାୟକ, ଭଦ୍ରକ ପାଇଁ ଅମିତେନ୍ଦ୍ର କୁମାର ସିଂ, ମୟୂରଭଞ୍ଜ ପାଇଁ ଅନିରୁଦ୍ଧ କୁମାର ସିଂ, ଜଗତସିଂହପୁର ପାଇଁ ଅମିତାଭ ଠାକୁର ଓ କେନ୍ଦ୍ରାପଡା ପାଇଁ ଜୟନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

{"id":456504,"sizeSlug":"large","linkDestination":"none"}

ପୂର୍ବରୁ ବାତ୍ୟା ମୁକାବିଲା ନେଇ  ୫ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ  ୫ଜିଲ୍ଲାର ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଳ ଦେବ, ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ ବଶିଷ୍ଟଙ୍କୁ ସରକାର ଦାୟିତ୍ୱ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.