ସମ୍ଭାବ୍ୟ ବାତ୍ୟା : ୫ଟି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
20/09/2018 at 6:57 PM

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ପାଇଁ ପ୍ରସ୍ତୁତିର ସମୀକ୍ଷା କହିଛନ୍ତି ମୁଖ୍ୟ ଶାସନ ସଚିବ। ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଗଞ୍ଜାମ,ଗଜପତି,ଖୋର୍ଦ୍ଧା,ନୟାଗଡ଼ ଏବଂ ପୁରୀ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ସତର୍କ ରହିବା ପାଇଁ ଲୋକଙ୍କୁ ସଜାଗ କରାଯାଇଛି। ଏହି ସବୁ ଜିଲ୍ଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟରାତ୍ରିରେ ଗୋପାଳପୁରଠାରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ ସତର୍କ ରହିବା ପାଇଁ କୁହାଯାଇଛି। କଚ୍ଚାଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ପକ୍କା ଘରକୁ ଚାଲି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।