ଓଡ଼ିଶା ଉପକୂଳ ଛୁଇଁବନି ବାତ୍ୟା ବୁଲ୍‌ବୁଲ୍‌- ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା

Published By : Prameya-News7 Bureau | November 06, 2019 IST

ଭୁବନେଶ୍ୱର ୦୬।୧୧ -  ଓଡ଼ିଶା ଉପକୂଳ ଛୁଇଁବନି ବାତ୍ୟା ବୁଲ୍‌ବୁଲ୍‌ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା ୨୪ଘଣ୍ଟା ଭିତରେ ଏହା ବାତ୍ୟାର ରୂପ ନେବ । ଏହା ଉତ୍ତର ଓଡ଼ିଶା, ପଶ୍ଚିମ ବଙ୍ଗ, ବାଂଲାଦେଶ ଆଡ଼କୁ ମୁହାଁଉଛି ।

 ତେବେ ଏହାର ଗତି ଘଣ୍ଟାକୁ ୫ରୁ ୬ କିଲୋମିଟର ରହିଥିବାରୁ ୫ଦିନ ଭିତରେ ଏହା ସ୍ଥଳଭାଗ ଛୁଇଁବନି ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାରାଦୀପ ଠାରୁ ୮ଶହ କିଲୋମିଟର ଦୂରରେ ଥିବା ବେଳେ ଏହା ଉତ୍ତର, ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ୮ ତାରିଖ ସଂଧ୍ୟାରୁ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ । ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ବାତ୍ୟାର ରୂପ ନେବା ପରେ ହିଁ ବୁଲବୁଲ୍‌ର ମୁଭ୍‌ମେଣ୍ଟ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.