ରବିବାର ରାତିରେ ଓଡିଶା ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ ବାତ୍ୟା ‘ବୁଲବୁଲ୍’- ଦି ଓ୍ୱେଦର ଚ୍ୟାନେଲ୍
5/11/2019 at 3:53 PM

ନ୍ୟୁୟର୍କ – ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଏବେ ଘନୀଭୂତ ହେବାରେ ଲାଗିଛି । ଏହା ମଙ୍ଗଳବାର ସୁଦ୍ଧା ଅବପାତରେ ପରିଣତ ହୋଇଛି । ଅପରାହ୍ନ ୫ଟା୩୦ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ । ଏହା ଅତି ଭୀଷଣ ଘୂର୍ଣ୍ଣୀବାତ୍ୟାର ଆକାର ଧାରଣ କରିବ ବୋଲି ଅନ୍ତର୍ଜାତୀୟ ପାଣିପାଗ ସୂଚନା କେନ୍ଦ୍ର ଦି ଓ୍ୱେଦର ଚ୍ୟାନେଲ୍ ସୂଚନା ଦେଇଛି ।

ବୁଧବାର ସକାଳ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ । ଏହି ବାତ୍ୟାର ନାମକରଣ କରାଯାଇଛି । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପର ନାମ କରଣ କରାଯାଇଛି । ଏହାର ନାମ ବୁଲ୍ବୁଲ୍ ରଖାଯାଇଛି ।

ଏବେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଭାରତର ପୂର୍ବ ଉପକୂଳରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଦି ଓ୍ୱେଦର ଚ୍ୟାନେଲ୍ରେ ସୂଚନା ଦିଆଯାଇଛି । ରବିବାର ରାତିରେ କିମ୍ବା ସୋମବାର ଭୋରରୁ ଏହା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ସ୍ପର୍ଶ କରିପାରେ ବୋଲି ଏଥିରେ ସୂଚନା ଦିଆଯାଇଛି ।

ସ୍ଥଳଭାଗ ସ୍ପର୍ଶ କରିବା ସମୟରେ ପବନବେଗ ୯୧ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ ଏହା ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି । ଶନିବାରରୁ ଓଡିଶା ଉପକୂଳରେ ଏହାର ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ମଙ୍ଗଳବାର ବୁଧବାରରେ ଏହାର ପ୍ରଭାବରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି ।
ମଙ୍ଗଳବାର ସକାଳସୁଦ୍ଧା ଏହା ଓଡିଶା ଉପକୂଳରୁ ୯୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା ।