Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ବାତ୍ୟା ‘ବୁଲ୍‌ବୁଲ୍’ ଅପଡେଟ୍ / ଅପରାହ୍ନରୁ ବଢିବ ପବନର ବେଗ : ଏସଆରସି

8/11/2019 at 11:39 AM

ଭୁବନେଶ୍ବର ୮।୧୧: ଭୀଷଣ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍’ ଏବେ ପାରାଦୀପଠାରୁ ୩୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏବେ ଏହା ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୧୨ଘଣ୍ଟା ଭିତରେ ଏହା ଆହୁରି ଘନୀଭୂତ ହେବ । ୧୦ତାରିଖ ସକାଳ ସୁଦ୍ଧା ସାମୁଦ୍ରକ ବାତ୍ୟା ‘ବୁଲବୁଲ୍’ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଛୁଇଁବ । ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଏବଂ ବାଂଲାଦେଶର ଖେପୁପରା ମଝିରେ ଏହା ଲାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହାକୁ ନେଇ ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏସଆରସିଙ୍କ ସୂଚନା ଅନୁଯାୟୀ ସାମୁଦ୍ରିକ ବାତ୍ୟା ‘ବୁଲବୁଲ୍’ ପାରାଦୀପଠାରୁ ୩୫୦ କିଲୋମିଟର ଦୂରରେ ରହିଛି । ପ୍ରଭାବରେ ଆଜିଠାରୁ ଉତ୍ତର ଉପକୂଳରେ ଆରମ୍ଭ ହୋଇଯାଇଛି ବର୍ଷା । ଓଡିଶା ଅତିକ୍ରମ କଲାବେଳକୁ ଏହା ଭୀଷଣ ରୂପ ନେବ । ଆସନ୍ତା ୧୦ରେ ବାଂଲାଦେଶରେ ଲ୍ୟାଣ୍ଡଫଲ କରିବ ‘ବୁଲବୁଲ୍’ । ଲ୍ୟାଣ୍ଡଫଲ କରିବା ସମୟରେ ପାରାଦୀପରୁ ୧୩୪ କି.ମି. ଦୂରରେ ବାତ୍ୟା ‘ବୁଲବୁଲ’ ରହୁଥିବାରୁ ୪ ଜିଲ୍ଲାରେ ବିଶେଷ ପ୍ରଭାବ ପଡିବ । ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୬୫ କି.ମି. ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଆସନ୍ତାକାଲି ପବନର ବେଗ ୭୦ରୁ ୮୦ କି.ମି. ରହିବ । ୧୦ ତାରିଖ ବେଳକୁ ବାତ୍ୟା ପ୍ରଭାବ ରହିବ ନାହିଁ । ଅପରାହ୍ନରୁ ପବନର ବେଗ ବଢିବ ।

ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ । ଦୁଇଟି ଦିଗ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଗଲା ଫୋନିରେ ଅନେକ ଗଛ ଉପୁଡିବା, ବିଦ୍ୟୁତ ଖୁଣ୍ଟ ସହ ଟେଲିକମ୍ ଟାଓ୍ବାର ଭାଙ୍ଗିଥିଲା । ଯଦିଓ ଏହାର ରିଷ୍ଟୋରେସନ ହୋଇଛି, ତେବେ ବି ଅନେକ ଖୁଣ୍ଟର ମୂଳଦୁଆ ଦୁର୍ବଳ ରହିଛି। ଠିକ୍ ଭାବରେ ରୁଟିଂ ହୋଇନଥିବ । ସେଥିପାଇଁ ଆଜିଠୁ ମ୍ୟାନପାଓ୍ବାର ଓ ଠିକାଦାର ପାଖରେ ରଖନ୍ତୁ । ନଇଁକି ଥିବା ଗଛର ମୂଳ ଦୁର୍ବଳ ଥିଲେ ଉପୁଡିବା ସହ କ୍ଷତି କରିବାର ଯଥେଷ୍ଟ ଆଶଂକା ରହିଛି । ପୂର୍ତ୍ତ, ଆରଡି ଓ ଅଗ୍ନିଶମ ବିଭାଗକୁ ବାତ୍ୟା ପରବର୍ତ୍ତୀ ପ୍ରଭାବରେ ତୁରନ୍ତ ରାସ୍ତା ସଫା କରିବାକୁ କୁହାଯାଇଛି। ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି, ଆବଶ୍ୟକତାକୁ ଦେଖି ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତରଣ କରିବେ । ରିଲିଫ୍ କୋଡ ଅନୁସାରେ ରନ୍ଧା ଖାଦ୍ୟ ସହ ଅନ୍ୟ ସୁବିଧା ଯୋଗାଇ ଦିଆଯିବ।

୯ ଜିଲ୍ଲାକୁ ଏନଡିଆରଏଫ ଓ ଓଡ୍ରାଫ୍ ଟିମ୍ ପଠାଯାଇଛି । ବାତ୍ୟା ସମୟରେ ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଅତିରିକ୍ତ ଆଧୁନିକ ଉପକରଣ ସହ ଦୁଇଟି ଅଗ୍ନିଶମ ଟିମକୁ ବି ପଠାଯାଇଛି । ଭୁବନେଶ୍ବରରେ ୬୦ ଜଣ ଅତିରିକ୍ତ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି।

   Related Posts