Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ଭୟଙ୍କର ରୂପ ଧାରଣ କଲାଣି ବାତ୍ୟା ‘ବୁଲ୍‌ବୁଲ୍’ : ବିଭିନ୍ନ ଜିଲ୍ଲାକୁ ପଠାଗଲା ବାତ୍ୟା ମୁକାବିଲା ପାଇଁ ଏନ୍‌ଡିଆରଏଫ ଏବଂ ଓଡ୍ରାଫ୍

8/11/2019 at 12:14 PM

ଭୁବନେଶ୍ବର ।୧୧:  ଭୀଷଣ ସାମୁଦ୍ରିକ ବାତ୍ୟା ‘ବୁଲବୁଲ୍’ ଆଜି ଦିନ ୧୨ଟା ସୁଦ୍ଧା ପାରାଦୀପଠାରୁ ୩୫୦ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ୧୦ତାରିଖ ସକାଳ ସୁଦ୍ଧା ‘ବୁଲବୁଲ୍’ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଛୁଇଁବ । ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଏବଂ ବାଂଲାଦେଶର ଖେପୁପରା ମଝିରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ଆଜି ଓ ଆସନ୍ତାକାଲି ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେବାର ଆଶଙ୍କା ରହିଛି । ଏହି ସ୍ଥିତିର ମୁକାବିଲା ପାଇଁ ରାଜ୍ୟସରକାର, ଜିଲ୍ଲା ପ୍ରଶାସନଗୁଡିକୁ ସଜାଗ କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ କିଭଳି ପ୍ରସ୍ତୁତି ଚାଲିଛି ଆସନ୍ତୁ ପକାଇବା ନଜର…

ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ପ୍ରଭାବରେ ହେବାକୁ ଥିବା ପବନ ଓ ବର୍ଷା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଆଜି ଓ ଆସନ୍ତାକାଲି ୨ଦିନ ୩ ଜିଲ୍ଲା ପୁରୀ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ଆସନ୍ତାକାଲି ଆଉ ୬ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜରେ ସ୍କୁଲ୍, କଲେଜ ବନ୍ଦ ଘୋଷଣା କରାଯାଇଛି ।

ପ୍ରଭାବିତ ହେବାକୁ ଥିବା ୯ଜିଲ୍ଲାକୁ ୨ଟି ଲେଖାଏଁ ଓଡ୍ରାଫ ଓ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ୍ ପଠାଯାଇଛି । ଏସବୁ ଜିଲ୍ଲାରେ ଅଗ୍ନିଶମ ସେବା ସଂସ୍ଥା ୟୁନିଟ୍ ଗୁଡ଼ିକୁ ମଧ୍ୟ ସଜାଗ ରଖାଯାଇଛି । ପବନ ପ୍ରଭାବରେ ଗଛର ଡାଳ ଭାଙ୍ଗିଯିବା ସହ ଫୋନି ବାତ୍ୟାରେ ଦୁର୍ବଳ ହୋଇଥିବା ଗଛ, ବିଦ୍ୟୁତ୍ ଖୁଣ୍ଟ ଆଦି ପଡ଼ିଯିବାର ଆଶଙ୍କା ଥିବାରୁ ରାସ୍ତାଘାଟ ସଫା କରିବା ନିମନ୍ତେ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ବାତ୍ୟାର ପ୍ରଭାବରେ କଚ୍ଚା ଘର, ଆଜବେଷ୍ଟସ, ଦୁର୍ବଳ ନଦୀବନ୍ଧ, ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥା, ଟେଲି ଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଏହାର ପୁନଃସ୍ଥାପନ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଦୁର୍ବଳ ଘର ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ବାତ୍ୟା ସମୟରେ କେହି ଘରୁ ପଦାକୁ ନବାହାରିବା ପାଇଁ ସତର୍କ କରିଦିଆଯାଇଛି ।

   Related Posts