ଓଡ଼ିଶାରୁ ଟଳିଲା ବାତ୍ୟାଭୟ- ୫ ଜିଲ୍ଲାରେ କ୍ଷୟକ୍ଷତି, ଉପୁଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ

Published By : Prameya-News7 Bureau | November 09, 2019 IST

ଭୁବନେଶ୍ୱର ୦୯।୧୧ -  ବଙ୍ଗାଲାଦେଶର ଖେପପୁରାରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ବୁଲବୁଲ । ଓଡ଼ିଶା ନିକଟରୁ ବାତ୍ୟାର ଭୟ ଟଳିଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ୫ ଜିଲ୍ଲାରେ ପଡିଛି।  ଜୋର ପବନ ବୋହିବା ସହ ପ୍ରବଳ ବର୍ଷା ହୋଇଛି। ଫଳରେ ସିଧା ଚାଷୀଙ୍କ ଆଣ୍ଟାରେ ମାଡ ବସିଛି। ୬ଲକ୍ଷ ହେକ୍ଟର ଚାଷ ଜମିରୁ ୪୦ପ୍ରତିଶତ ବୁଲବୁଲୂ ଯୋଗୁଁ ପ୍ରଭାବିତ ହୋଇଛି  । ଏପଟେ ଗଛ  ଓ ବିଦ୍ୟୁତ ଖୁଣ୍ଟ  ଉପୁଡି ରାସ୍ତାରେ ପଡ଼ିରହିଛି।  ସବୁଠାରୁ ଅଧିକ ବାତ୍ୟା ମାଡ ଖାଇଛି ବାଲେଶ୍ବର ଜିଲ୍ଲା । ବାଲେଶ୍ୱରରେ ସଧ୍ୟାଂ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା ।

{"id":181548}

ବାତ୍ୟା ବୁଲବୁଲ ଓଡିଶା ଉପକୂଳ ଅତିକ୍ରମ କରିବା ବେଳକୁ ୫ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂହପୁର ଓ ଯାଜପୁର ପ୍ରବଳ ବର୍ଷା ସହ ୧୧୦ କିଲୋମିଟର ବେଗରେ ପବନ ବୋହିଛି। ୬ଟି ବ୍ଲକରେ ୨୪୦ ମିଲିମିଟରରୁ ଅଧିକ ବର୍ଷ ହୋଇଛି। ୬ଲକ୍ଷ ହେକ୍ଟର ଚାଷ ଜମିରୁ ୪୦ ପ୍ରତିଶତ ଚାଷ ଜମିରେ ବିଶେଷ କରି ଧାନ ଫସଲ ନଷ୍ଟ ହୋଇଛି। କିଛିସ୍ଥାନରେ ୩୩ କେଭି ଟାୱାର ଭାଙ୍ଗିଛି। ରାସ୍ତ ଉପରେ ଗଛ ଉପୁଡି ପଡିଛି ଫଳରେ ରାସ୍ତା ବନ୍ଦ ହୋଇଯାଇଛି। ବାତ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ୨୪୧୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିଥିଲା। ସେହିପରି ବାତ୍ୟାରେ ସମୁଦ୍ରରେ ଫସିଥିବା ପଶ୍ଚିମବଙ୍ଗର ୪୦ଟି ବୋଟରୁ ୩୮୦ ଜଣ ଧୀବରଙ୍କୁ ଉଦ୍ଧାର କରାଯାଇଛି। କ୍ଷୟକ୍ଷତି ଆକଳନ କରିବା ପାଇଁ ଆଗୁଆ ଗୋଟିଏ ଟିମ ପଠାଇବା ପାଇଁ ରାଜ୍ୟସରକାର ଆଜି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

{"id":181549}

ବାଂଲାଦେଶର ଖେପପୁରାରେ ରାତିରେ ସ୍ଥଳ ଭାଗ ଛୁଇଁବ,  କିନ୍ତୁ ଏହା ପୂର୍ବରୁ ଏହା ଦୁର୍ବଳ ହେବା ଆରମ୍ଭ କରିଥିବ। ସ୍ଥଳ ଭାଗ ଛୁଇଁବା ବେଳକୁ ସେଠାରେ ପବନର ବେଗ ରହିବ ୧୩୫ କିଲୋମିଟର।   ବାତ୍ୟା ବାଂଲାଦେଶ ମୁହାଁ ହେବା ସହିତ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ଆସିବ ।

{"id":181550}

ବୁଲବୁଲ ଟଳିଗଲା ସତ କିନ୍ତୁ ତାର ପ୍ରଭାବରେ ୫ଜିଲ୍ଲାରେ ତାର ପ୍ରଭାବ ପଡିଛି। ବିଷଶଷକରି ଚାଷକୂଳକୁ ପୁଣି ହାତାଶ କରିଦେଇଛି। ଧାନ ଅମଳର ସମୟ ଥିବାରୁ ଏବେ ଧାନ ଜମିରେ ଆଣ୍ଠୁଏ ପାଣି  ଯାହାଫଳରେ ଧାନ ଫସଲ ପୁରାପୁରି ନଷ୍ଟ ହୋଇଛି।

{"id":181551}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.