Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଦୁର୍ବଳ ହେବ ଭୀଷଣ ସାମୁଦ୍ରିକ ଝଡ ବୁଲ୍‌ବୁଲ୍‌ , ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମୁଦ୍ର ମଧ୍ୟରେ ନେବ ଅତି ଭୀଷଣ ଘୂର୍ଣ୍ଣିଝଡର ରୂପ

6/11/2019 at 9:07 PM

ଭୁବନେଶ୍ୱର, ୬/୧୧ : ଦୁର୍ବଳ ହେବ ଭୀଷଣ ସାମୁଦ୍ରିକ ଝଡ ବୁଲ୍‌ବୁଲ୍‌ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମୁଦ୍ର ମଧ୍ୟରେ ନେବ ଅତି ଭୀଷଣ ଘୂର୍ଣ୍ଣିଝଡର ରୂପବୁଧବାର ଅପରାହ୍ନରେ ବଙ୍ଗୋପ ସାଗରରେ ଘନୀଭୂତ ହୋଇଥିବା ଅବପାତ ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବ ୮୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଘୂର୍ଣ୍ଣିଝଡରେ ପରିଣତ ହୋଇପାରେ । ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇ ନଭେମ୍ବର ୧୨ ତାରିଖ ସୁଦ୍ଧା ଦୁର୍ବଳ ହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‍ଡ ଟୁ ବି ୟୁନିଭର୍ସିଟି) ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ତେବେ ୪୮ ଘଂଟା ମଧ୍ୟରେ ଏହା ଅତି ଭୀଷଣ ଘୂର୍ଣ୍ଣିଝଡରେ ପରିଣତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ଉତ୍ତର ଉତ୍ତରପଶ୍ଚିମ ଦିଗ ଆଡକୁ ମୁହାଁଇବାର ସମ୍ଭାବନା ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ବୋଲି ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏହା ନଭେମ୍ବର ୧୦ ତାରିଖ ସୁଦ୍ଧା ପୁରୀର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରୁ ୧୭୫ କିମି ଦୂରରେ ଘନୀଭୂତ ହେବ। ତେବେ
ସନ୍ଧ୍ୟା ସୁଦ୍ଧା ଏହା ଦୁର୍ବଳ ହେବ ଏବଂ ପୁରୀ ଓ ଜଗତସିଂହପୁର ଉପକୂଳରେ ନଭେମ୍ବର ୧୨ ସୁଦ୍ଧା ଦୁର୍ବଳ ହୋଇ ଅପସରି ଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଯଦି ଏହାର ଗତି ଏଭଳି ରୁହେ ତେବେ ନଭେମ୍ବର ୯ ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ ଜିଲ୍ଲା ପୁରୀ,
ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ଡଃ ସାହୁ କହିଛନ୍ତି।


ବୁଲ୍‌ବୁଲ୍‌ର ରୂପ ରେଖ ଏପରି ରହିବ –

ମଙ୍ଗଳବାର ସକାଳ ୫ଟାରେ ଏହା ଅବପାତର ରୂପ ନେଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲମିଟର ଥିଲା
.
ମଙ୍ଗବାର ଅପରାହ୍ନ ୫ଟା ୩୦ ସୁଦ୍ଧା ଏହା ଭୀଷଣ ଅବପାତର ରୂପ ନେଇଛି । ଏହା ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ରହିବ ।

ବୁଧବାର ସକାଳ ୧୧ଟା ୩୦ରେ ଏହା ଘୂର୍ଣ୍ଣୀବାତ୍ୟାରେ ପରିଣତ ହୋଇଛି ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୦ କିଲୋମିଟର ରହିବ ।

ବୁଧବାର ଅପରାହ୍ନ ୫ଟା ୩୦ ମଧ୍ୟରେ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ପବନର ବେଗ ।

ଗୁରୁବାର ୭ ତାରିଖରେ ଏହା ବତ୍ୟାର ରୂପ ଧାରଣ କରିବ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ପବନର ବେଗ ।

ଗୁରୁବାର ଅପରାହ୍ନ ୫ ବେଳକୁ ଏହା ଭୀଷଣ ବାତ୍ୟାରେ ପରିଣତ ହେବ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର

ଶୁକ୍ରବାର ୮ ତାରିଖ ସକାଳ ବେଳକୁ ଏହା Very Severe Cyclonic Storm ବା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ଘଣ୍ଟାପ୍ରତି ପବନର ବେଗ ୧୨୦ରୁ ୧୩୦ କିଲୋମିଟର ଯାହା ୧୪୫ କିଲୋମିଟରରେ ପହଞ୍ଚି ପାରେ ।

ଶୁକ୍ରବାର ଅପରାହ୍ନରେ ପବନର ବେଗ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବାରେ । ଏହା ବେଳେ ବେଳେ ୧୫୫ କିଲୋମିଟରରେ ପହଞ୍ଚିପାରେ ।

ଶନିବାର ୯ ତାରିଖ ସକାଳେ Very Severe Cyclonic Stormରେ ପବନର ବେଗ ଘଣ୍ଟାପ୍ରତି ୧୪୦ରୁ ୧୫୦ କିଲୋମିଟର ରହିବ । ଏହା ସର୍ବାଧିକ ୧୬୫ କିଲୋମିଟରରେ ପହଞ୍ଚିପାରେ ।

ଶନିବାର ରାତିରେ ପବନର ବେଗ ୧୩୦ରୁ ୧୪୦ କିଲୋମିଟର ଘଣ୍ଟାପ୍ରତି ରହିପାରେ ।

ଏହି ସମୟରେ ଭଦ୍ରକ, ବାଲେଶ୍ୱର, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ ଏବଂ ଗଞ୍ଜାମରେ
ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ନଭେମ୍ବର ୭ ତାରିଖରୁ ସାମାନ୍ୟ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଥିବା ବେଳେ ଉପକୂଳ ଜିଲ୍ଲା ଗୁଡ଼ିକରେ ନଭେମ୍ବର
୮ ତାରିଖରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଉଛି।

ସେହିପରି ନଭେମ୍ବର ୧୨ ଓ ୧୩ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ
ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ ନଭେମ୍ବର ୮ ରୁ ୧୩ ତାରିଖ
ମଧ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ନଭେମ୍ବର ୧୦ ତାରିଖରେ ଉପକୂଳ ପୁରୀ, ଜଗତିସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାରେ ପବନର ବେଗ ଘଂଟା ପ୍ରତି ୭୫ରୁ ୧୦୦କିମି ରହିବାର ସମ୍ଭାବନା ଥିବା ବେଳେ ନଭେମ୍ବର ୧୧ ତାରିଖରେ ୫୦ରୁ ୭୫ କିମି ରହିପାରେ ବୋଲି ଡଃ ସାହୁ କହିଛନ୍ତି ।

   Related Posts