‘ବୁଲ୍‌ବୁଲ୍’ ଅପଡେଟ୍ : ବିଭିନ୍ନ ସ୍ଥାନରେ ବର୍ଷା, ଘଣ୍ଟାପ୍ରତି ୫୫ରୁ ୬୫କି.ମି. ବେଗରେ ବହିପାରେ ପବନ

Published By : Prameya-News7 Bureau | November 08, 2019 IST

ଭୁବନେଶ୍ବର ୮।୧୧: ସମୁଦ୍ର ମଧ୍ୟରେ ଭୀଷଣ ଚକ୍ରବାତ ରୂପ ନେଇଛି ବାତ୍ୟା ‘ବୁଲ୍‌ବୁଲ୍’ । ୨୪ଘଣ୍ଟାରେ ଅତି ଭୀଷଣ ଚକ୍ରବାତ ରୂପ ନେବ ‘ବୁଲବୁଲ୍’ । ବର୍ତ୍ତମାନ ପାରାଦୀପଠାରୁ ୩୯୦କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି ।

ଘଣ୍ଟାପ୍ରତି ୧୦କି.ମି. ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ୧୦ ତାରିଖ ସକାଳେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଲାଣ୍ଡଫଲ କରିବ । ସାଗର ଆଇଲାଣ୍ଡ-ଖେପୁପରା ମଝିରେ ଲାଣ୍ଡଫଲ୍ କରିବା ସମ୍ଭାବନା ରହିଛି । ଲାଣ୍ଡଫଲ୍ ସମୟରେ ଘୂର୍ଣ୍ଣିଝଡରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି ।

ଏହାର ପ୍ରଭାବର ଆଜିଠୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କାଲି ଜଗତସିଂପୁର, ମୟୁରଭଞ୍ଜ, କଟକ, ଯାଜପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ୯ ତାରିଖ ବେଳକୁ ପାରାଦୀପ ଠାରୁ ୧୩୮ କି.ମି. ଦୂରରେ ଗତି କରିବ । ଧାମରାଠାରୁ ୧୪୯ କି.ମି. ଓ ଗୋପାଳପୁର ଠାରୁ ୩୪୭ କିମି ଦୂରରେ ରହିବ ।  ଆସନ୍ତାକାଲି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.