ଭୂ-ଭାଗକୁ ପ୍ରବେଶ କଲା 'ବୁଲବୁଲ', ପଶ୍ଚିମବଙ୍ଗ ଗାଙ୍ଗେୟ ଡେଲ୍ଟାରେ ହେଲା ଲ୍ୟାଣ୍ଡଫଲ

Published By : Prameya-News7 Bureau | November 09, 2019 IST

କୋଲକାତା ୯।୧୧: ସାମୁଦ୍ରିକ ବାତ୍ୟା 'ବୁଲବୁଲ' ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିଛି। ଭୂ-ଭାଗକୁ ପ୍ରବେଶ ବେଳେ ବାତ୍ୟାର ବେଗ ଘଣ୍ଟାପ୍ରତି ପ୍ରାୟ ୧୫୭ କିଲୋମିଟର ରହିିଛି। ପଶ୍ଚିମବଙ୍ଗ ଗାଙ୍ଗେୟ ଡେଲ୍ଟାରେ ବୁଲବୁଲ ସ୍ଥଳଭାଗକୁ ଛୁଇଁଛି। ସାମୁଦ୍ରିକ ବାତ୍ୟା ପ୍ରଭାବରେ ଉତ୍ତର ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସହ ବତାସ ଲାଗି ରହିଛି।

{"id":181716}

ବାତ୍ୟା ସାଗର ଦ୍ୱୀପରେ ସ୍ଥଳ ଭାଗକୁ ପ୍ରବେଶ କରିବା ବୋଲି ପୂର୍ବାନୁମାନ କରିଥିଲେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ତେବେ ସାଗର ଦ୍ୱୀପ କିଛି ପୂର୍ବରୁ ବୁଲବୁଲ ସ୍ଥଳଭାଗକୁ ପ୍ରବେଶ କରିଛି। ପୂର୍ବାନୁମାନ ଅନୁସାରେ ବାତ୍ୟା ଅଧିକ ଆଗକୁ ବଢିବା ସହ ଖେପୁ ପାରା ଦେଇ ବାଂଲାଦେଶକୁ ପ୍ରବେଶ କରିବା ସହ କ୍ରମଶଃ ଦୁର୍ବଳ ହେବ। ତେବେ ବୁଲବୁଲ ପ୍ରଭାବ ରାଜଧାନୀ କୋଲକାତାରେ ମଧ୍ୟ ଅନୁଭୂତ ହେଉଛି।

{"id":181717,"width":577,"height":377}

ଏଣୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରକୁ ସନ୍ଧ୍ୟା ୬ଟାରୁ ବନ୍ଦ ରଖାଯାଇଥିବା ବେଳେ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ବାତିଲ କରାଯାଇଛି। ୧୨ ଘଣ୍ଟା ଲାଗି ବିମାନବନ୍ଦରରୁ କୌଣସି ବିମାନ ସଞ୍ଚାଳନ କରାଯିବ ନାହିଁ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ କହିଥିବା ବେଳେ ରବିବାର ସକାଳ ୬ ପର୍ଯ୍ୟନ୍ତ ଏଠାରୁ ବିମାନ ସଞ୍ଚାଳନ ବନ୍ଦ କରାଯାଇଛି। ଫଳରେ ପୂର୍ବ ଭାରତର ପ୍ରମୁଖ ବିମାନ ବନ୍ଦରରୁ ଯାତ୍ରୀସେବା ବିପର୍ଯ୍ୟସ୍ତ ହୋଇପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.