ବାତ୍ୟା ବୁଲ୍‌ବୁଲ୍‌ ଓଡ଼ିଶାରେ ଲ୍ୟାଣ୍ଡଫଲ କଲାନି ହେଲେ ଉଜାଡି ଦେଲା

Published By : Prameya-News7 Bureau | November 10, 2019 IST

ଭୁବନେଶ୍ୱର ୧୦।୧୧ -  ବୁଲ୍‌ବୁଲ୍‌ ଉଜାଡ଼ିଦେଇଛି ଫସଲ । ବାତ୍ୟା ବୁଲବୁଲ୍‌ ଓଡ଼ିଶାରେ ଲ୍ୟାଣ୍ଡଫଲ୍‌ କରିନଥିଲେ ମଧ୍ୟ ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ନାହିଁ ନଥିବା ଫସଲ କ୍ଷତି ହୋଇଛି । କେନ୍ଦ୍ରାପଡ଼ା, ଜଗସିଂହପୁର, ଯାଜପୁର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ୪୦ ପ୍ରତିଶତ ଧାନ ଫସଲ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଛି ।କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ଅବଶ୍ୟ ଓଡ୍ରାଫ ଟିମ୍‌ ତୁରନ୍ତ ପହଞ୍ଚି ରାସ୍ତା ସଫାରେ ଲାଗିଛନ୍ତି। ….

{"id":182089}

ଉଜାଡ଼ି ଦେଇଗଲା ବୁଲ୍‌ବୁଲ୍‌ । ବାତ୍ୟା ବୁଲବୁଲ୍‌ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କଲାନି ସତ କିନ୍ତୁ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇ ଯାଇଛି । ଏ ହେଉଛି କେନ୍ଦ୍ରାପଡ଼ା ମହାକାଳପଡ଼ାର ଦୃଶ୍ୟ । ବୁଲ୍‌ବୁଲ୍‌ ପ୍ରଭାବରେ ଧାନ ଫସଲ ଉଜୁଡ଼ି ଯାଇଛି । ଆଉ କିଛି ଦିନ ପରେ ଫସଲ ଅମଳ କରିବାକୁ ଆଶା ରଖିଥିବା ଚାଷୀ ଏବେ ନିଜର କ୍ଷେତକୁ ଦେଖି ଆଖିରୁ ଲୁହ ଝରାଉଛି ।କେବଳ ଧାନ ନୁହେଁ, ପନିପରିବା ଫସଲ ମଧ୍ୟ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି ।

କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ରାଜକନିକାରେ ମଧ୍ୟ ଅନୁରୂପ ସ୍ଥିତି । ୧୫ ଦିନ ପରେ ଚାଷୀ ଫସଲ ଅମଳ କରିଥାନ୍ତା । ଏବେ ସବୁ ଅଗାଡ଼ି ହୋଇଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଫସଲ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି ।

ଭଦ୍ରକ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ଚାନ୍ଦବାଲି, ଭଣ୍ଡାରୀପୋଖରୀ ଓ ବାସୁଦେବପୁରରେ ତିତିଲି ମାଡ଼ ବେଶୀ ପଡ଼ିଛି । ଆରଡ଼ି ନିକଟସ୍ଥ ବୋଡ଼କ ଠାରେ ବୈତରଣୀ ନଦୀର ୫୦ ଫୁଟ୍‌ର ସୁରକ୍ଷା ବନ୍ଧ ଧସିଯାଇଛି । ଏଥିଯୋଗୁଁ ୨୦ ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍‌ ହୋଇଯାଇଛି । ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍‌ର ପ୍ରାୟ ୮୦ ହଜାର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି । ଜିଲ୍ଲାରେ ୯୦ଟି 11 କେଭି ବିଦ୍ୟୁତ୍ ଟାୱାର କ୍ଷତିଗ୍ରସ୍ତ ହୋଇଛି ।ଏମିତିକି ଏନ୍‌ଡିଆର୍‌ଏଫ୍‌ର ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି ।

{"id":182090}

ଆରଡିସି ଅନୀଲ କୁମାର ସାମଲ ଉପଜିଲ୍ଲାପାଳଙ୍କ ସହିତ ଚାନ୍ଦବାଲି ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି।

 ଯାଜପୁର, ଜଗତସିଂହପୁରରେ ମଧ୍ୟ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।ଏ ଦୃଶ୍ୟ ହେଉଛି ଯାଜପୁର ଖାଇରାବାଦ ପଞ୍ଚାୟତର । ଏକର ଏକର ଜମିରେ ଧାନ ଫସଲ ଶୋଇଯାଇଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ପ୍ରାଥମିକ ଆକଳନରୁ ୧୦ ହଜାର ହେକ୍ଟର ଜମିରେ ଧାନ ଫସଲ ଉଜୁଡ଼ି ଯାଇଥିବା ଜଣାପଡ଼ିଛି ।

ବାତ୍ୟା ବୁଲବୁଲ୍‌ ପ୍ରଭାବରେମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍‌ରେ ମଧ୍ୟ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତିର ଆକଳନ ପରେ କ୍ଷତିପୁରଣ ଦିଆଯିବ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.