Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ବାତ୍ୟା ବୁଲ୍‌ବୁଲ୍‌

10/11/2019 at 9:18 PM

କୋଲକାତା ୧୦/୧୧-  ଓଡ଼ିଶା ପାର କରିଯାଇଛି କିନ୍ତୁ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି ସମୁଦ୍ରିକ ଝଡ଼ ବୁଲବୁଲ। ଗତ ରାତିରୁ ଏହା ଲ୍ୟାଣ୍ଡଫଲ କରିବା ସମୟରେ ବୁଲବୁଲ ପ୍ରଭାବରେ ଭୀଷଣ ବର୍ଷା ଓ ପବନରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଝଡ଼ ବର୍ଷାରେ ପଶ୍ଚିମବଙ୍ଗରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୨ ଲକ୍ଷ ୭୩ ହଜାର ଲୋକ ବୁଲବୁଲ ଦ୍ବାରା ପ୍ରଭାବିତ ହୋଇଛନ୍ତି ।

 ପଶ୍ଚିମବଙ୍ଗର ଉପକୂଳ ବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଦ୍ବାରା ଲୋକେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଏବଂ ପୂର୍ବ ମିଦନା ପୁରରେ ବର୍ଷା ଏବଂ ଝଡ଼ର ପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଛି।ଏଠାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଗଛ ପଡ଼ି ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ପ୍ରାଣ ହରାଇଛନ୍ତିି। ସେହିପରି ଜଣେ ବ୍ୟକ୍ତି କାନ୍ଥ ପଡ଼ିବା ଯୋଗୁଁ ପ୍ରାଣ ହରାଇଛନ୍ତି ।  ଗଛ ପଡ଼ିବା ଯୋଗୁଁ ହିଁ ଅଧିକାଂଶ ଲୋକ ପ୍ରାଣ ହରାଇଥିବା ଜଣାଯାଇଛି । ଲ୍ୟାଣ୍ଡ ଫଲ ସମୟରେ ୧୩୫ କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ଲାଗି ରହିଥିଲା । ଫଳରେ ତଳିଆ ଅଞ୍ଚଳଗୁଡ଼ିକରେ ପାଣି ଜମି ଯାଇଥିଲା ।  ଏପରିକି ସହରାଞ୍ଚଳରେ ଡ୍ରେନ ଉଛୁଳି ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା । 

କୋଲକାତାରେ ଶହଶହ ଗଛ ଉପୁଡ଼ି ପଡ଼ିଥିବାରୁ ଯାନବାହନ ଚଳାଚଳ ଆଜି ବିଲକୁଲ ଠପ ହୋଇଯାଇଥିଲା ।  ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଜାଭେଦ ଖାନ ସ୍ଥିତିର ସମୀକ୍ଷା କରି ଜୁରୁରୀ ସେବା ତୁରନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି।ଏନଡିଆରଏଫ , ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ରାସ୍ତା ସଫା କାମରେ ଲାଗିଛନ୍ତି।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି ।

   Related Posts