Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଗୁଜରାଟ ପ୍ରତି ‘ବାୟୁ’ ବିପଦ ଟଳିଲା : ଗତିପଥ ବଦଳାଇ ଓମାନ ମୁହାଁ ହୋଇଛି ବାୟୁ

13/06/2019 at 6:58 PM

ଗୁଜରାଟ ପ୍ରତି ‘ବାୟୁ’ ବିପଦ ଟଳିଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଓମାନ ମୁହାଁ ହୋଇଛି । ବାତ୍ୟା ଭୟ ଟଳିଥିଲେ ସୁଦ୍ଧା ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ଝଡ ତୋଫାନ ସମ୍ଭାବନା ରହିଛି । ତେଣୁ ବାତ୍ୟାର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ପ୍ରାୟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ରହିଛନ୍ତି।

ବୁଲିଗଲା “ବାୟୁ” ।ଆସୁଥିଲା ଗୁଜରାଟ ଏଥର ବାମକୁ ଷ୍ଟିୟରିଂ ମୋଡ଼ିଛି ମୁହାଁଇଛି ଓମାନ ଆଡ଼େ। ଆରବ ସାଗରରେ  ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ‘ବାୟୁ’ ଗୁଜରାଟରେ ଲ୍ୟାଣ୍ଡଫଲ ନ କରି ବୁଲିଛି । ବୁଧବାର ବିଳମ୍ବିତ ରାତିରେ ଏହା ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଓମାନ ମୁହାଁ ହୋଇଛି । ଭେରାବଲଠାରୁ ୧୫୦ କିଲୋମିଟର ଦୂରରେ ‘ବାୟୁ’ ଗତିପଥ ପରିବର୍ତ୍ତନ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୁଜରାଟର ସ୍ଥଳଭାଗ ନଛୁଇଁ ଭେରାଭେଲ୍ ପୋରବନ୍ଦର ଓ ଦ୍ବାରକା ଉପକୂଳ ଦେଇ ଓମାନ ମୁହାଁ  ହେବ ।

ତେବେ ବାୟୁ ପ୍ରଭାବରେ ଗୁଜରାଟରେ ପ୍ରବଳ ବର୍ଷା ହେଉଛି।ବର୍ଷା ଆହୁରି ବଢ଼ିବ। ଏହା ସହିତ ଉପକୂଳରେ ଘଣ୍ଟାପ୍ରତି ସର୍ବାଧିକ ୧୨୦ କିଲୋମିଟର  ପବନ ମଧ୍ୟ ବହିପାରେ । ବାତ୍ୟା ଭୟ ଟଳିଥିଲେ ସୁଦ୍ଧା ସ୍ଥଳସେନା, ବାୟୁସେନା ଓ ନୌସେନା ପୂରା ପ୍ରସ୍ତୁତ ରହିଛନ୍ତି । ଅନ୍ୟପଟେ ୮୨ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି ୧୦ଟି ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରି ଦିଆଯାଇଛି ।

ବାତ୍ୟା ସିନା ବୁଲିଯାଇଛି କିନ୍ତୁ ଗୁଜରାଟ ଉପକୂଳବର୍ତ୍ତି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏ ଦୃଶ୍ୟ ହେଉଛି ପଶ୍ଚିମ ଭାରତର ପ୍ରମୁଖ ପର୍ଯ୍ୟଟନସ୍ଥଳ ‘ସୋମନାଥ’ ମନ୍ଦିରର । ପୂରା ମନ୍ଦିର ଛାରଖାର ହୋଇଯାଇଥିବା ବେଳେ ଭୌଗୋଳିକ ସ୍ଥିତି ବିଗିଡିଯାଇଛି । ଆଉ ଏ ଚିତ୍ର ହେଉଛି ଆମରେଲି ଅଞ୍ଚଳର । ବିଭିନ୍ନ ସ୍ଥାନରେ ଘରଦ୍ବାର ଭାଙ୍ଗିଯାଇଛି । ତଳିଆ ଅଞ୍ଚଳରେ ଲୋକେ ଭିଟାମାଟି ଛାଡି ବାତ୍ୟା ଆଶ୍ରୟସ୍ଥଳୀରେ ରାତ୍ରିଯାପନ କରିଛନ୍ତି । ଉପକୂଳବର୍ତ୍ତି ଅଞ୍ଚଳରୁ ପ୍ରାୟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ରାଜକୋଟରେ ବିଭିନ୍ନ ଗ୍ରୁପ ମାଧ୍ୟମରେ ଖାଦ୍ୟ ପୁଡ଼ିଆ ପ୍ୟାକେଜିଂ ବଣ୍ଟାଯାଇଛି । ବାତ୍ୟାର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖାଯାଇଥିବା ବେଳେ ସମୁଦ୍ର କୂଳରେ ତଟରକ୍ଷୀ ବାହିନୀ ଏନଡିଆରଏଫ ଟିମ ସଜାଗ ରହିଛନ୍ତି ।

ଗୁଜରାଟ ଉପକୂଳରେ ‘ବାୟୁ’ ମାଡ଼ ହେବ ବୋଲି ଆକଳନ କରାଯାଇଥିଲା। ବାୟୁ ଏବେ ଗତିପଥ ବଦାଳାଇଥିବା ଖବର ଶୁଣିବା ପରେ ଭୟଭୀତ ଅବସ୍ଥାରେ ଥିବା ଗୁଜରାଟବାସୀଙ୍କ ସମେତ ରାଜ୍ୟ ସରକାରଙ୍କୁ ଅଶ୍ଵସ୍ତି ମିଳିଛି। ବ୍ୟୁରୋ ରିପୋର୍ଟ ନ୍ୟୁଜ ସେଭେନ ।,…

   Related Posts