କରୋନାର କଟକଣା ଭିତରେ ବାତ୍ୟା ମୁକାବିଲା ପାଇଁ ଭଦ୍ରକ ପ୍ରସ୍ତୁତି କରୁଛି: ପ୍ରଶାସନ ସତର୍କ, ପହଁଚିଲା ଏନଡିଆରଏଫ୍ ଟିମ୍

Published By : Prameya-News7 Bureau | May 16, 2020 IST

ଭଦ୍ରକ, ୧୬|୦୫:  ସମ୍ଭାବ୍ୟ ବାତ୍ୟା ଆମ୍ଫାନର ମୁକାବିଲା କରିବା ପାଇଁ ଶନିବାର ଅପରାହ୍ନରେ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ଓ ଅରୁଣ କୁମାର ମହାପାତ୍ର , ଉପଜିଲାପାଳ ପୀତାମ୍ବର ସାମଲଙ୍କ ସମେତ ବିଭିନ୍ନ ଜିଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର  ଜୟଶ୍ରୀ ସେନାପତି ଆଗାମୀ ବାତ୍ୟା ଆମ୍ଫାନ୍  ସମ୍ପର୍କୀତ ବିଭିନ୍ନ ତଥ୍ୟ ରଖିଥିଲେ ।

{"id":270902,"width":746,"height":432,"sizeSlug":"large"}

ଜିଲ୍ଲାପାଳ ଅମ୍ଫାନ୍ ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ କରି ନିଜ ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ପଡ଼ିଲେ ଜିଲ୍ଲା ଜରୁରୀ କାଳୀନ ବିଭାଗର ପରାମର୍ଶ ନେଇ ତତ୍‌କ୍ଷଣାତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅପରପକ୍ଷରେ ଏକ ଏନ୍‌ଡିଆର୍‌ଏଫ୍ ଟିମ୍ ଓ ଓଡ୍ରାଫ୍ ଟିମ୍ ପହଁଚିଥିବା ସୂଚନା ମିଳିଛି ।

{"id":270904,"width":746,"height":427,"sizeSlug":"large"}

ଏହି ଟିମରେ ୨୧ ଜଣ ରହିଛନ୍ତି । ଧାମରା ଅଞ୍ଚଳକୁ ଟିମକୁ ପଠାଯାଇଛି । ଏହି ବାତ୍ୟାର ମୁକାବିଲା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ  ଅଗ୍ନିଶମ ବିଭାଗୀୟ ଅଧିକାରୀ ଏନ୍‌ଡିଆର୍‌ଏଫ୍ ଟିମ୍ ଓ ଓଡ୍ରାଫ୍ ଟିମ୍ ମିଳିତ ଭାବେ କାର୍ଯ୍ୟ କରିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.