‘ଅମ୍ଫାନ’ରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା, ଯଥା ସମ୍ଭବ ସାହାଯ୍ୟ କରିବାକୁ ଭରସା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | May 18, 2020 IST

ନୂଆଦିଲ୍ଲୀ ୧୮।୦୫:  ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଏବେ ସୁପର ସାଇକ୍ଲୋନିକ ଷ୍ଟୋର୍ମରେ ପରିଣତ ହୋଇଛି। ଏହା ଧିରେ ଧିରେ ଭୟଙ୍କର ରୂପ ନେଇ ପଶ୍ଚିମବଙ୍ଗ ଓ ଓଡିଶା ଅଭିମୁଖେ ବଢିବାରେ ଲାଗିଛି। ବୁଧବାର ଅର୍ଥାତ ମେ ୨୦ରେ ବାତ୍ୟା ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାତ୍ୟା ‘ଅମ୍ଫାନ’ର ମୁକାବିଲାର ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ଲେଖିଛନ୍ତି ‘ଅମ୍ଫାନ’ କାରଣୁ ଉତ୍ପନ ହେବାକୁ ଥିବା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ସମୟରେ ମୁକାବିଲାର ବିଭିନ୍ନ ଉପାୟ ଓ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବାର ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ମୁଁ ସମସ୍ତଙ୍କ ସୁରକ୍ଷା ଲାଗି ପ୍ରାର୍ଥନା କରୁଛି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସାହାଯ୍ୟର ଭରସା ଦେଉଛି।

wp:core-embed/twitter {"url":"https://twitter.com/narendramodi/status/1262367505735016449?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fcyclone-amphan-update%2Farticleshow%2F75809319.cms","type":"rich","providerNameSlug":"twitter","className":""}
https://twitter.com/narendramodi/status/1262367505735016449?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fcyclone-amphan-update%2Farticleshow%2F75809319.cms
/wp:core-embed/twitter

ଏହା ମଧ୍ୟରେ ଏନଡିଆରଏଫର ପ୍ରମୁଖ ଏସଏନ ପ୍ରଧାନ କହିଛନ୍ତି, ଅମ୍ଫାନ ଏବେ ସୁପର ସାଇକ୍ଲୋନର ରୂପ ନେଇ ସାରିଛି ଏବଂ ଏହା ଭୟଙ୍କର ହେବାରେ ଲାଗିଛି। ସ୍ଥଳଭାଗ ଛୁଇଁବା ମାତ୍ରେ ପ୍ରଭାବିତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିପାରେ। ଏହା ପୂର୍ବରୁ ଓଡିଶାରେ ୨୦୧୯ ଓ ୧୯୯୯ରେ ଭୟଙ୍କର ବାତ୍ୟା ଆସିଥିଲା। ବାତ୍ୟା ଅମ୍ଫାନ ଯେବେ ସ୍ଥଳଭାଗ ଛୁଇଁବ ତେବେ ଏହା ବିକଟାଳ ରୂପ ନେଇ ସାରିଥିବ ବୋଲି ଏନଡିଆରଏଫ ପ୍ରମୁଖ  କହିଛନ୍ତି।

ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ  ୨୦ ତାରିଖ ମଧ୍ୟାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ଫାନ ସୁନ୍ଦରବନ ନିକଟରେ ବାତ୍ୟା ଲ୍ୟାଣ୍ଡଫଲ କରିବ। ଦିଘା ଏବଂ ହାତିଆ ମଝିରେ ଅମ୍ଫାନ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୬୫ରୁ ୧୭୫ କି.ମି ରହିବ। ସମୁଦ୍ରରେ ୪ ରୁ ୬ ମିଟର ଉଚ୍ଚର ଲହଡି ଉଠିପାରେ। ଏହା ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ଧ୍ଵଂସ କରିପାରେ। ରାଜ୍ୟର ପଶ୍ଚିମି ମେଦିନିପୁର, ଦକ୍ଷିଣ ଓ ଉତ୍ତର ୨୪ ପ୍ରଗଣା, ହାଓ୍ଵଡା, ହୁଗୁଳି ଓ କୋଲକାତା ଏଥିରେ ଅଧିକ ପ୍ରଭାବିତ ହୋଇପାରେ।

{"id":272154,"width":583,"height":327,"sizeSlug":"large"}

ବାତ୍ୟା ଅମ୍ଫାନ ପ୍ରଭାବରେ ୧୯ ଏବଂ ୨୦ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ । ସେହିପରି ୨୦ ତାରିଖରେ ପବନର ବେଗ ବଢ଼ିବ । ୨୦ ତାରିଖରେ  ଘଣ୍ଟାପ୍ରତିପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବା ସମ୍ଭାବନା । ଉତ୍ତର ଓ ଉପକୂଳ ଓଡ଼ିଶାର ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ, ପାରାଦୀପ, ଧାମରା, ଭିତରକନିକା, ବାଲେଶ୍ଵରରେ  ବାତ୍ୟା ପ୍ରଭାବ ଅଧିକ ରହିବ ।

ମହାବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ନେଇ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯିବା ସହିତ ମୋଟରଚାଳିତ ଡଙ୍ଗା, ଟ୍ରଲର ବାନ୍ଧି ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଶକ୍ତି, ପୂର୍ତ୍ତ ଏବଂ ଜଙ୍ଗଲ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମହାବାତ୍ୟାର ମୁକାବିଲା ତଥା ଉଦ୍ଧାର କାର୍ଯ୍ୟ ପାଇଁ ଉପକୂଳ ଅଞ୍ଚଳରେ ଉଭୟ NDRF ଏବଂ ODRAF ଟିମ୍ ମୁତୟନ କରାଯାଇଛି। କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି SRC । ଜରୁରୀ କାଗଜପତ୍ର, ସାର୍ଟିଫିକେଟ୍ ନିଜ ସହ ନେଇ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.