Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ମାଡି ଆସୁଛି ସାମୁଦ୍ରିକ ଝଡ ‘ଅମ୍ଫାନ’ : ଆଜି ନେବ ଭୀଷଣ ବାତ୍ୟାର ରୂପ, ୧୮ରୁ ପ୍ରବଳ ବର୍ଷା ଓ ପବନ ସମ୍ଭାବନା

17/05/2020 at 7:29 AM

ଭୁବନେଶ୍ବର ୧୭।୫: ବାତ୍ୟାର ରୂପ ନେଇଛି ବଙ୍ଗୋପସାଗରେ ସୃଷ୍ଟ ସାମୁଦ୍ରିକ ଝଡ ଅମ୍ଫାନ । ଏହା ଏବେ ସ୍ଥଳଭାଗ ମୁହାଁ ହୋଇଛି । ଆସନ୍ତା  ୨୦ ତାରିଖରେ ସ୍ଥଳଭାଗ ଛୁଇଁବ ଅମ୍ଫାନ ।  ରବିବାର ସଂଧ୍ୟାରେ ସାମୁଦ୍ରିକ ଝଡ ଅମ୍ଫାନ ଗତି ବଦଳାଇ ଓଡିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଞ୍ଚଳ ଆଡକୁ ମୁହାଁଇବ ବୋଲି ଅନୁମାନ କରାଯାଉଛି । 

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେବ ଏବଂ ଆସନ୍ତା ୨୪ ଘଣ୍ଟା ଯାଏଁ ଅଧିକ  ଶକ୍ତିଶାଳୀ ହେବ  । ୧୮ ତାରିଖ ସକାଳେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ତେବେ ଏହା ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସାମୁଦ୍ରିକ ଝଡ ଅମ୍ଫାନ ପ୍ରଭାବରେ ଓଡିଶାରେ ୧୮ତାରିଖରୁ ଆରମ୍ଭ ହେବ ବର୍ଷା ।  ଏହାସହ ୬୦ରୁ ୭୫ କିଲୋମିଟର ବେଗରେ ପବନ ବି ବହିପାରେ ।   

ପାରାଦୀପଠାରୁ ପାଖାପାଖି ହଜାରେ କିଲୋମିଟର ଦୂରରେ ଥିବା ଏହି ସାମୁଦ୍ରିକ ଝଡ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି ।   ଓଡିଶା ଉପକୂଳ ଦେଇ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ଯିବ ବୋଲି ଆକଳନ କରୁଛନ୍ତି ପାଣିପାଗ ବିଜ୍ଞାନୀ । ତେବେ ଏହି ସାମୁଦ୍ରିକ ଝଡ ଆଉ ଟିକେ ପାଖକୁ ଆସିଲେ ହିଁ ପ୍ରକୃତରେ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା କହିହେବ ବୋଲି  ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି  । 

ତେବେ  ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ ତୀବ୍ରତା  ଗତବର୍ଷ ମେ’ ମାସରେ ଯାଇଥିବା ‘ଫନି’ ବାତ୍ୟାଠାରୁ କମ୍ ରହିବ ବୋଲି ଆକଳନ କରାଯାଉଛି । ‘ଅମ୍ଫାନ’ ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ହୋଇପାରେ । ତେବେ ବାତ୍ୟାର ପରିଧି ୫୦୦ କିଲୋମିଟର ପରିବ୍ୟାପ୍ତ ହୋଇଥିବା ବେଳେ ଏହାର କୋର୍ ଅଞ୍ଚଳଟି ୧୦୦କିଲୋମିଟର ପରିବ୍ୟାପ୍ତ ଥାଏ ।  ଅର୍ଥାତ୍ ଏହା ଓଡିଶା ଉପକୂଳକୁ ନଛୁଇଁଲେ ମଧ୍ୟ ସାମୁଦ୍ରିକ ଝଡ ‘ଅମ୍ଫାନ’ ପ୍ରଭାବରେ ଉତ୍ତର ଉପକୂଳ ଓଡିଶାରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢିବାର ସମ୍ଭାବନା ରହିଛି । ୧୮ତାରିଖରୁ ଉତ୍ତର ଓଡିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ୧୯ରେ ବର୍ଷା ସହିତ ବଢିବ ପବନ ।

୧୯ ତାରିଖ ସଂଧ୍ୟା ବେଳକୁ ପବନର ବେଗ ୭୫ରୁ ୮୫ କିଲୋମିଟର ହୋଇପାରେ । ଏହାର ପ୍ରଭାବରେ ଉତ୍ତର ଓଡିଶାର ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶାର ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଥିବା ବେଳେ ଅଧିକ ପ୍ରଭାବିତ ହେବାକୁ ୪ଟି ଜିଲ୍ଲାରେ ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରିଛନ୍ତି ସରକାର ।

   Related Posts