Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କାଲି ସକାଳୁ ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିବ ଅମ୍ଫାନ: ଉପକୂଳ ଓଡିଶାରେ ଘଣ୍ଟାକୁ ୧୨୦ କିମି ଯାଏଁ ବହିପାରେ ପବନ, ୪ ଜିଲ୍ଲାରେ ପ୍ରବଳ ବର୍ଷିବ

19/05/2020 at 6:23 PM

ଭୁବନେଶ୍ୱର, ୧୯|୦୫:   ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇଛି ମହାବାତ୍ୟା ଅମ୍ଫାନ୍‌ । ସମୁଦ୍ର ଭିତରେ ଏହି ମହାବାତ୍ୟାର ପ୍ରଭାବରେ ପବନର ବେଗ ରହିଛି ୨୨୦ରୁ ୨୪୦ କିଲୋମିଟର । କିନ୍ତୁ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ମହାବାତ୍ୟା ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଛି । ଆଜି ରାତିରୁ ଆସନ୍ତାକାଲି ଅପରାହ୍ଣ ଭିତରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ହାତିଆ ଦୀପ ଭିତରେ ସୁନ୍ଦରବନ ଆଡ଼କୁ ମୁହାଁଇବ । ଲ୍ୟାଣ୍ଡଫଲ୍‌ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ଗଷ୍ଟିଂ ଓ୍ବିଣ୍ଡ୍‌ ୧୮୦ ରହିବ । ତେବେ ଆସନ୍ତାକାଲି ସକାଳ ୧୦ଟା ପରେ ଓଡ଼ିଶା ଉପକୂଳ ଦେଇ ଅମ୍ଫାନ୍‌ ଗତି କଲା ବେଳେ ପବନର ବେଗ ସ୍ଥଳ ବିଶେଷରେ ଘଣ୍ଟା ପ୍ରତି ୧୧୦ରୁ ୧୨୦ ପର୍ଯ୍ୟନ୍ତ ହୋଇପାରେ ।

ଆଜି ରାତିରେ ଗୋପାଳପୁର ଠାରୁ ୨୧୦ କିଲୋମିଟର ପୂର୍ବରେ ଗତି କରିବ ଅମ୍ଫାନ୍‌ । ସେହିଭଳି ଆସନ୍ତାକାଲି ଦିନ ୧୧ଟା ୩୦ ବେଳକୁ ପାରାଦୀପ ଠାରୁ ୧୧୦କିଲୋମିଟର ପୂର୍ବରେ ଏବଂ ଅପରାହ୍ଣ ବେଳକୁ ବାଲେଶ୍ବର ଠାରୁ ୧୭୦ ଦୂରରେ ଅତିକ୍ରମ କରିବ । ଆସନ୍ତାକାଲି ଅପରାହ୍ଣ ୩ଟାରୁ ସଂଧ୍ୟା ୭ଟା ମଧ୍ୟରେ ସୁନ୍ଦରବନ ଅଂଚଳରେ ଲ୍ୟାଣ୍ଡଫଲ୍‌ କରିବ ଅମ୍ଫାନ୍‌ । ତେବେ ଏହା କ୍ରମଶଃ ଦୁର୍ବଳ ହୋଇ ଅତି ତୀବ୍ର ସାମୁଦ୍ରିକ ଝଡ଼ ଭାବରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୫୫ରୁ  ୧୬୫ କିଲୋମିଟର ସହ ଗଷ୍ଟିଙ୍ଗ୍‌ ଓ୍ବିଣ୍ଡ୍‌ ୧୮୦ କିଲୋମିଟର ହେବା ସମ୍ଭାବନା ରହିଛି । 

ଏବେ ମହାବାତ୍ୟା ଆକାରରେ ଆଗକୁ ବଢ଼ୁଛି ଅମ୍ଫାନ୍‌ । ମହାବାତ୍ୟା ଆଖିର ବ୍ୟାସାର୍ଦ୍ଧ ରହିଛି ୩୦ କିଲୋମିଟର । ହେଲେ ଏହାର ବାହ୍ୟ ଏହା ବାହ୍ୟ ଅଂଶର ଆକାର ବହୁତ ବଡ଼ । ଯେଉଁଥିପାଇଁ  ଏବେ ଭୁବନେଶ୍ବରରେ ଏହାର ଆଉଟର କ୍ଲାଉଡ୍‌ ପ୍ରବେଶ କଲାଣି । ଅମ୍ଫାନ୍‌ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ । ଓଡ଼ିଶା ଉପକୂଳ ଓ ସନ୍ନିକଟ ୧୨ ଜିଲ୍ଲାରେ ଅମ୍ଫାନ ଆଲର୍ଟ ଜାରି କରାଯାଇଛି । ଏଥି ମଧ୍ୟରୁ ୪ଜିଲ୍ଲା ଅଧିକ ପ୍ରଭାବିତ ହେବ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢ଼ିବ । ଉତ୍ତର ଓଡ଼ିଶା ଉପକୂଳରେ ପବନର ବେଗ ୧୦୦ରୁ ୧୨୫ ପର୍ଯ୍ୟନ୍ତ ଯାଇପାରେ ।  ଅମ୍ଫାନ୍‌ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯାଇଛି ।  ତେବେ କଟକ, ଖୋର୍ଦ୍ଧା, ପୁରୀ ସମେତ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ଛାଡ଼ିଦେଲେ ଆଲର୍ଟ ଲିଷ୍ଟରେ ଥିବା ବାକି ଜିଲ୍ଲା ଗୁଡ଼ିକରେ ଆସନ୍ତା କାଲି  ବର୍ଷା ସାଙ୍ଗକୁ ପବନର ବେଗ ୪୫ରୁ ୫୫ କିଲୋମିଟର ହୋଇପାରେ । ୨୪ଘଣ୍ଟା ଭିତରେ ମୟୁରଭଞ୍ଜ, ବାଲେଶ୍ବର, ଖୋର୍ଦ୍ଧା, କଟକ, ପୁରୀ ଏବଂ ଯାଜପୁର ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୨୧ ତାରିଖରେ ମୟୁରଭଞ୍ଜ, ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଏହି ଦୁଇଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

   Related Posts