Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଦ୍ଵିତୀୟ ଥର ଆସୁଛି ମହାବାତ୍ୟା, NDRFର ୩୨ ଟିମ୍ ମୁତୟନ, ଆଲର୍ଟରେ ତିନି ସେନା

18/05/2020 at 10:41 PM

ନୂଆଦିଲ୍ଲୀ ୧୮।୦୫: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ସୁପର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ସାରିଛି। ମେ ୨୦ରେ ଏହା ବିକଟାଳ ରୂପ ଧରି ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ  କ୍ଷୟକ୍ଷତି ଘଟିପାରେ। ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦୁଇ ରାଜ୍ୟରେ ରିଲିଫ ଓ ଉଦ୍ଧାରକାର୍ଯ୍ୟ ନିମନ୍ତେ ଏନଡିଆରଏଫର ୩୨ଟି ଟିମ୍‌କୁ ମୁତୟନ କରାଯାଇଛି ଏବଂ ୯ଟି ଟିମ୍‌କୁ ଷ୍ଟାଣ୍ଡବାଇରେ ରଖାଯାଇଛି। କୌଣସି ପ୍ରକାରର ଜରୁରୀକାଳୀନ ସ୍ଥିତି ମୁକାବିଲା  ଲାଗି ସେନା, ବାୟୁସେନା, ନୌସେନା ଓ କୋଷ୍ଟଗାର୍ଡର ଟିମ୍‌କୁ ମଧ୍ୟ ଆଲର୍ଟ କରାଯାଇଛି।

ଏନଡିଆରଏଫର ଡିଜି ଏସଏନ ପ୍ରଧାନ ଓ ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୋମବାର ରାତିରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ଅମ୍ଫାନ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ମହାପାତ୍ର କହିଛନ୍ତି, ଅମ୍ଫାନ ଦ୍ରୁତ ଗତିରେ ଭୟଙ୍କର ହୋଇ ଚାଲିଛି। ମେ ୧୬ରେ ବଙ୍ଗୋପସାଗରରେ ସୃଷ୍ଟ  ଲଘୁଚାପ ସୋମବାର ସକାଳ ୧୧ଟାରେ ସୁପର ସାଇକ୍ଲୋନରେ ପରିଣତ ହୋଇଛି। ମେ ୨୦ରେ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଅମ୍ଫାନ ସୁନ୍ଦରବନରେ ଦିଘା ଓ ହଟିଆ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ।

ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ  ୨୦ ତାରିଖ ମଧ୍ୟାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ଫାନ ସୁନ୍ଦରବନ ନିକଟରେ ଦିଘା ଏବଂ ହାତିଆ ମଝିରେ ଅମ୍ଫାନ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୬୫ରୁ ୧୭୫ କି.ମି ରହିବ। ସମୁଦ୍ରରେ ୪ ରୁ ୬ ମିଟର ଉଚ୍ଚର ଲହଡି ଉଠିପାରେ।  ୧୨ ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହା ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ଧ୍ଵଂସ କରିପାରେ। ରାଜ୍ୟର ପଶ୍ଚିମି ମେଦିନିପୁର, ଦକ୍ଷିଣ ଓ ଉତ୍ତର ୨୪ ପ୍ରଗଣା, ହାଓ୍ଵଡା, ହୁଗୁଳି ଓ କୋଲକାତା ଏଥିରେ ଅଧିକ ପ୍ରଭାବିତ ହୋଇପାରେ। ଓଡିଶାରେ ଏହାର ପ୍ରଭାବ କିଛିଟା କମ ରହିପାରେ। କିନ୍ତୁ ଏହାରି ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ସହ ଜୋରରେ ପବନ ବହିପାରେ।

ଜୋର ପବନ ବହିବା  କାରଣରୁ ଚାଳ ଛପର ଏବଂ ପୁରୁଣା ଘର ଅଧିକ କ୍ଷତିଗ୍ରସ୍ତ ହୋଇ ପାରନ୍ତି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷତି ସ୍ଥାନକୁ ନେବା ଲାଗି ବ୍ୟବସ୍ଥା କରାଯାଉଛି।

ମହାବାତ୍ୟାର ମୁକାବିଲା ତଥା ଉଦ୍ଧାର କାର୍ଯ୍ୟ ପାଇଁ ଉପକୂଳ ଅଞ୍ଚଳରେ ଉଭୟ NDRF ଏବଂ ODRAF ଟିମ୍ ମୁତୟନ କରାଯାଇଛି। ପଶ୍ଚିମବଙ୍ଗରେ ଏନଡିଆରଏଫର ୧୯ ଏବଂ ଓଡିଶାରେ ୧୩ ଟିମ୍‌କୁ ମୁତୟନ  କରାଯାଇଛି। ଏହା ସହ ନଅ ଟିମ୍‌କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ବାତ୍ୟା ‘ଅମ୍ଫାନ’ର ମୁକାବିଲାର ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ଲେଖିଛନ୍ତି ‘ଅମ୍ଫାନ’ କାରଣୁ ଉତ୍ପନ ହେବାକୁ ଥିବା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ସମୟରେ ମୁକାବିଲାର ବିଭିନ୍ନ ଉପାୟ ଓ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବାର ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ମୁଁ ସମସ୍ତଙ୍କ ସୁରକ୍ଷା ଲାଗି ପ୍ରାର୍ଥନା କରୁଛି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସାହାଯ୍ୟର ଭରସା ଦେଉଛି।

   Related Posts