Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ବନ୍ୟା ଭୟ ନାହିଁ: ମୁକାବିଲା ପ୍ରସ୍ତୁତି ନେଇ ୧୨ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି ସରକାର

16/05/2020 at 7:12 PM

ଭୁବନେଶ୍ୱର, ୧୬|୦୫:  ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ଆଜି ଭିଡିଓ କନ୍‌ଫରେନ୍ସିଂରେ ୧୨ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ କିନ୍ତୁ ବନ୍ୟା ଭୟ ନାହିଁ । ସେହିଭଳି ଆବଶ୍ୟକ ହେଲେ ପ୍ରଭାବିତ ଆଶଙ୍କା ଥିବା ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ପେଶାଲ ରିଲିଫ୍‌ କମିଶନର ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ୧୨ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ପୂରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନଡିଆରଏଫ୍‌, ଓଡ୍ରାଫ୍‌, ପଞ୍ଚାୟତିରାଜ ବିଭାଗ, ଅଗ୍ନିଶମ ବାହିନୀକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ଦରକାର ପଡ଼ିଲେ ପ୍ରଭାବିତ ଆଶଙ୍କା ଥିବା ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ।  ଏଥି ସହ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥିବା ବେଳେ, ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି । ମତ୍ସ୍ୟଜୀବୀ ସଂଘ ସହ ଆଲୋଚନା କରି ତଥ୍ୟ ସଂଗ୍ରହ ପରେ ସମୁଦ୍ରଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ଆସନ୍ତା ୧୯ ଓ ୨୦ ତାରିଖ ଓଡ଼ିଶା ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

ଉତ୍ତର ଓଡ଼ିଶାର ୪ଜିଲ୍ଲା ଅଧିକ ପ୍ରଭାବିତ ହେବା ଆଶା କରାଯାଉଥିବା ବେଳେ ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଏବଂ କେନ୍ଦ୍ରପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକାବିଲା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଜି ଏନଡିଆରଏଫର ୨୨ଜଣିଆ ଟିମ୍‌ ଜଗତସିଂହପୁର ଜିଲ୍ଲାରେ ପହଞ୍ଚିଛି ।

ପ୍ରଥମେ କରୋନା କଟକଣା ଆଉ ଏବେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତି । ଚାଷୀ ମୁଣ୍ଡରେ ଚଡ଼କ ପକାଇଛି । ଚାଷ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇଥିବା ବେଳେ ଅନେକ ଏପର୍ଯ୍ୟନ୍ତ ରବି ଫସଲ ଅମଳ ବି କରିପାରିନାହାନ୍ତି । ଏଭଳି ପରିସ୍ଥିତିରେ ବାତ୍ୟା ଓ ବର୍ଷା ଚାଷ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ । ବିଲରେ ପାଣି ମାଡ଼ିଗଲେ ଆଉ ଚାଷ କାମ ଆରମ୍ଭ ହୋଇପାରିବ ନାହିଁ ବୋଲି ଆଶଙ୍କା କଲେଣି ଚାଷୀ ।

   Related Posts