ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ଆମ୍ଫାନ: ୨୦ରେ ଲ୍ୟାଣ୍ଡଫଲ୍, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | May 16, 2020 IST

ଭୁବନେଶ୍ୱର, ୧୬|୦୫: ଆମ୍ଫାନ ୨୦ ତାରିଖରେ ସ୍ଥଳଭାଗ ଛୁଇଁବ । ଶନିବାର ଅପରାହ୍ନ ସୁଦ୍ଧା ପାରାଦୀପ ଠାରୁ ପାଖାପାଖି ହଜାରେ କିଲୋମିଟର ଦୂରରେ ଥିବା ଏହି ସାମୁଦ୍ରିକ ଝଡ଼ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି । ୧୭ ତାରିଖ ଅର୍ଥାତ ଆସନ୍ତା କାଲି ସଂଧ୍ୟାରେ ଆମ୍ଫାନ୍‌ ତା’ର ଗତି ପଥ ବଦଳାଇ ଓଡ଼ିଶା-ବେଙ୍ଗଲ ସୀମାବର୍ତ୍ତୀ ଅଂଚଳ ଆଡ଼କୁ ମୁହାଁଇବ ବୋଲି ଅନୁମାନ କରାଯାଉଛି । ଓଡ଼ିଶା ଉପକୂଳ ଦେଇ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ଯିବ ବୋଲି ଅନେକ ଆକଳନ କରୁଛନ୍ତି । ତେବେ ଏହି ସାମୁଦ୍ରିକ ଝଡ଼ ଆଉ ଟିକେ ପାଖକୁ ଆସିଲେ ହିଁ ପ୍ରକୃତରେ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା କହିହେବ ବୋଲି କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

{"id":270979,"width":745,"height":506,"sizeSlug":"large"}

ବୁଲ୍‌ବୁଲ ଠାରୁ ଅଧିକ ଫନି ଠାରୁ କମ୍‌ । ସମ୍ଭାବ୍ୟ ବାତ୍ୟା ଆମ୍ଫାନ୍‌ର ତୀବ୍ରତା  ଗତବବର୍ଷ ମେ’ ମାସରେ ଯାଇଥିବା ଫନି ବାତ୍ୟା ଠାରୁ କମ୍‌ ରହିବ ବୋଲି ଆକଳନ କରାଯାଉଛି । ଆମ୍ଫାନ୍‌ ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ହୋଇପାରେ । ତେବେ ବାତ୍ୟାର ପରିଧି ୫୦୦ କିଲୋମିଟର ପରିବ୍ୟାପ୍ତ ହୋଇଥିବା ବେଳେ ଏହାର କୋର୍‌ ଅଂଚଳରଟି ୧୦୦କିଲୋମିଟର ପରିବ୍ୟାପ୍ତ ଥାଏ । ଅର୍ଥାତ୍‌ ଏହା ଓଡ଼ିଶା ଉପକୂଳକୁ ନଛୁଇଁଲେ ମଧ୍ୟ ସାମୁଦ୍ରିକ ଝଡ଼ ଆମ୍ଫାନ୍‌ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢ଼ିବା ସମ୍ଭାବନା ରହିଛି । ୧୮ରୁ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ୧୯ରେ ବର୍ଷା ସହିତ ବଢ଼ିବ ପବନ । ୧୯ ତାରିଖ ସଂଧ୍ୟା ବେଳକୁ ପବନର ବେଗ ୭୫ରୁ ୮୫ କିଲୋମିଟର ହୋଇପାରେ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।

{"id":270980,"width":747,"height":453,"sizeSlug":"large"}

ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାର ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଥିବା ବେଳେ ଅଧିକ ପ୍ରଭାବିତ ହେବାକୁ ୪ଟି ଜିଲ୍ଲାରେ ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରିଛନ୍ତି ସରକାର ।

{"id":270982,"width":749,"height":470,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.