Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ପଶ୍ଚିମବଙ୍ଗ ମୁହାଁ ‘ଅମ୍ପାନ୍’ : ମୁକାବିଲା ପାଇଁ ପ୍ରଶାସନର ସଜାଗ, ଜାଣନ୍ତୁ କ’ଣ ରହିଛି ୧୫ ଗୁରୁତ୍ୱପୂର୍ଣ ପଏଣ୍ଟ

20/05/2020 at 11:59 AM

କୋଲକାତା ୨୦/୦୫ : ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ଅମ୍ପାନ୍ ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି | ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡିଶାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେଉଛି | ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ସକାଳୁ ଲଗାତାର ପବନ ଓ ବର୍ଷାଜରୀ ରହିଛି | ଅମ୍ପାନ୍ ସମ୍ପର୍କରେ ଜାଣନ୍ତୁ ୧୦ ଟି ମହତ୍ଵପୁର୍ଣ କଥା :

୧. ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ଅମ୍ପାନ୍ ଆଜି ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଦିଘା ଓ ହାତୀଆ ଅତିକ୍ରମ କରିବ |

୨. କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳର କର୍ମଚାରୀ ଯେଉଁମାନେ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ୨ ଲକ୍ଷ ମାସ୍କ ଓ ପିପିଇ କିଟ ପ୍ରଦାନ କରିଛନ୍ତି | 

୩. ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ହସ୍ପିଟାଲରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି | ବିଶେଷକରି କଭୀ-୧୯ ହସ୍ପିଟାଲରେ ଆବଶ୍ୟକୀୟ ଔଷଧ, ଅକ୍ସିଜେନ ସିଲିଣ୍ଡର, ଖାଦ୍ୟ ପେୟ ମହଜୂତ ରଖାଯାଇଛି |

୪. ପାଣିପାଗ ବିଭାଗ ପଶ୍ଚିମବଙ୍ଗରେ ଅରେଞ୍ଜ ମେସେଜ ଜାରି କରିଛନ୍ତି | କୋଲକାତା, ହୁଗୁଳୀ, ହାୱଡା, ଉତ୍ତର ଓ ଦକ୍ଷିଣ ୨୪ ପ୍ରଙ୍ଗଣା  ଓ ପୂର୍ବ ମେଦିନୀପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା କରି ଅରେଞ୍ଜ ମେସେଜ ଜାରି କରିଛନ୍ତି |

୫. ପ୍ରିସ୍ଥିତିକୁ ଦୃଷ୍ଟିରେ ରଖି ରିଲିଫ କାର୍ଯ୍ୟକ୍ରମ ପାଇଁ ନୌସେନା ପଶ୍ଚିମବଙ୍ଗରେ ଏକ ଟିମ ନିୟୋଜିତ କରିଛନ୍ତି |

୬. ବାତ୍ୟା ଘଣ୍ଟା ପ୍ରତି ୧୫୫ କିମି ରୁ ୧୬୫ କିମି ବେଗରେ ଗତି କରିବ ନେଇ ଆଶଙ୍କା କରାଯାଉଛି |

୭. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କୁ ସାଲ ୧୧ଟା ପରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି |

୮. ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରୁ ପାଖାପାଖି ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି |

୯. ଜରୁରୀକାଳୀନ ପରିସ୍ଥିତି ଏବଂ ଆଶ୍ରୟ ପାଇଁ କୋଲକାତା ମହାନଗର ନିଗମ କିଛି ସ୍କୁଲ ଓ କମ୍ୟୁନିଟି ସେଣ୍ଟର ପ୍ରସ୍ତୁତ ରଖିଛି |

୧୦. ସହରରେ ୯ ହଜାର ପୋଲିସବଳ ନିୟୋଜିତ କରାଯାଇଛି |

୧୧. ଉପକୂଳବର୍ତ୍ତୀ ଅଞ୍ଚଳରେ ୪ରୁ ୫ ମିଟର ଉଚ୍ଚରେ ପବନ ବୋହିବାର ସମ୍ଭାବନା ରହିଛି | ବୁଧବାର ଅପରାହ୍ନରୁ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି | ବର୍ଷା ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି |

୧୨. ପବନ ଓ ବର୍ଷା ଯୋଗୁଁ ଇଲେକ୍ଟ୍ରି ଖୁଣ୍ଟ ଓ ଗଛ ଭାଙ୍ଗିପାରେ | ସହରର ଅନେକ ସ୍ଥାନରେ ପାଣି ଜମା ହେବାର ମଧ୍ୟ ସମ୍ଭାବନା ରହିଛି |

୧୩. ପଶ୍ଚିମବଙ୍ଗ ଓ ଓଡିଶାକୁ ଆସିବାକୁଥିବା ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ କୟାନସେଲ କରାଯାଇଛି |

୧୪. ପଶ୍ଚିମବଙ୍ଗରେ ୧୯ଟି ଇଂଡିଆରଏଫ ଟିମ ନିୟୋଜିତ କରାଯାଇଛି |

୧୫. ପୂର୍ବ ମେଦିନିପିର ଅଞ୍ଚଳରେ ଥିବା ହଳଦିଆ ପେଟ୍ରୋକେମିକାଲ ଲିମିଟେଡ଼ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ରିଫାଇନାରୀରେ ହାଇ ଆଲର୍ଟ ଜାରି କରାଯାଇଛି |   

   Related Posts