Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଜଗତସିଂହପୁର ଜିଲ୍ଲାରେ ‘ଅମ୍ଫାନ୍’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି : ପାନ ବରଜ ଭାଙ୍ଗି ନଷ୍ଟ, ଚିନ୍ତାରେ ଚାଷୀ

21/05/2020 at 7:52 AM

ଜଗତସିଂହପୁର ୨୧।୫: ପଶ୍ଚିମବଙ୍ଗ ନିକଟ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଅମ୍ଫାନ୍’ । ହେଲେ ଏହାର ପ୍ରଭାବରେ ରାଜ୍ୟର ଉତ୍ତର ଓ ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷକରି ବାଲେଶ୍ବର, ଭଦ୍ରକ, ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହୋଇଛି । କେଉଁଠି ଗଛ ଭାଙ୍ଗିଛି ତ ଆଉ କେଉଁଠି ଇଲେକ୍ଟ୍ରି ଖୁଣ୍ଟ ଉପୁଡି ପଡିଛି । ସେହିଭଳି ଏହିସବୁ ଜିଲ୍ଲାରେ କଚ୍ଚା ଘର ଓ ଆଜବେଷ୍ଟସ୍ ଘର ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଛି ।

ଜଗତସିଂହପୁର ଜିଲ୍ଲାରେ ବାତ୍ୟା ‘ଅମ୍ଫାନ’ର ପ୍ରଭାବ ହ୍ରାସ ପାଇବା ପରେ ପ୍ରାଥମିକ ପର୍ଯ୍ୟାୟରେ ବିଦ୍ୟୁତ୍ ସରବରାହ ସୁଗମ କରିବା ପାଇଁ ସେସୁ କାର୍ଯ୍ୟ ଆରମ୍ଭ କରିଛି । ସେସୁ କର୍ମଚାରୀ ବିଦ୍ୟୁତ୍ କାର୍ଯ୍ୟକୁ ସୁଗମ କରିବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ କାମ ଆରମ୍ଭ କରିଛନ୍ତି । ପ୍ରାଥମିକ ଭାବରେ ମେଡିକାଲ୍ ଲାଇନ୍ ଦିଆଯିବା ପରେ ଜଗତସିଂହପୁର ସଦର ଓ ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି । ଅଗ୍ନିଶମ ବାହିନୀ, ଓଡ୍ରାଫ୍, ଏନଡିଆରଏଫ୍ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ରାସ୍ତା ସଫା କରାଯାଇଛି ।

କଟକ ପାରାଦୀପ ରାସ୍ତା ସମେତ ମୁଖ୍ୟ ରାସ୍ତା ଗୁଡିକ ପ୍ରଥମେ କ୍ଲିୟର୍ କରାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ରାସ୍ତା ଗୁଡିକରୁ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉଠାଯିବ । ‘ଅମ୍ଫାନ’ର ପ୍ରଭାବରେ ଜଗତସିଂହପୁର ଜିଲାରେ ପବନର ବେଗ ପାଖା ପାଖି ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିଥିଲା ।

ଢିଙ୍କିଆ ଅଞ୍ଚଳରେ ପାନ ବରଜ ଗୁଡିକ ଭାଙ୍ଗି ନଷ୍ଟ ହୋଇ ଥିବାରୁ ପାନ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ତିର୍ତ୍ତୋଲ ଥାନା ଅଞ୍ଚଳରେ ଜଣେ ୭୫ ବର୍ଷର ବୃଦ୍ଧ ବାତ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ତାହା ସ୍ପଷ୍ଟ ହୋଇପାରିନାହିଁ ।

   Related Posts