Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ପଶ୍ଚିମବଙ୍ଗରେ‘ଅମ୍ଫାନ’ର ତାଣ୍ଡବ: ଅସ୍ତବ୍ୟସ୍ତ କୋଲକାତା, ହୁଗୁଳି ଓ ହାୱଡା ,୨ମୃତ

20/05/2020 at 6:25 PM

କୋଲକାତା ୨୦।୫: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ବୁଧବାର ଅପରାହ୍ନରେ ସୁନ୍ଦରବନ ନିକଟବର୍ତ୍ତି ଓଡିଶା ଓ ପଶ୍ଚିମବଙ୍ଗ ସୀମାରେ ଭୂ-ଭାଗକୁ ପ୍ରବେଶ କରିଛି। ଫଳରେ ବର୍ଷା ସାଙ୍ଗକୁ ଝଡତୋଫାନର ପ୍ରଭାବ ସୁନ୍ଦରବନ ସଲଗ୍ନ ଉପକୂଳ ସାଙ୍ଗକୁ ରାଜଧାନୀ କୋଲକାତା, ପଡୋଶୀ ହାୱଡା ଓ ହୁଗୁଳି ଉପରେ ପଡିଛି। ଭୀଷଣ ଝଡତୋଫାନରେ ରାଜ୍ୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି।

ମୃତକଙ୍କ ମଧ୍ୟରେ ଜଣେ ଯୁବକ ଥିବା ବେଳେ ଅନ୍ୟ ଜଣେ ମହିଳା ବୋଲି ଜଣାପଡିଛି। ଗଛ ପଡିବା ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅପରାହ୍ଣ ପ୍ରାୟ ୪ଟା ବେଳେ ପଶ୍ଚିମବଙ୍ଗ ରାଜଧାନୀରେ ଅମ୍ଫାନର ପ୍ରଭାବ ପଡିବା ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ପବନର ବେଗ ବଢିବା ସହ ପ୍ରତି ଘଣ୍ଟା ୧୧୨କିଲୋମିଟର ବେଗରେ ପହଞ୍ଚିଥିଲା। ରାତି ପ୍ରାୟ ୭ଟା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗ ଛୁଇଁଥିବା ବେଳେ ପବନ ସାଙ୍ଗକୁ ବର୍ଷାରେ ରାସ୍ତାଘଟ ବୁଡି ଯାଇଛି।   

ପଶ୍ଚିମବଙ୍ଗରେ ସାମୁଦ୍ରିକ ବାତ୍ୟା ଭୂ-ଭାଗକୁ ପ୍ରବେଶ କରିବା ଯୋଗୁ ପଶ୍ଚିମବଙ୍ଗରେ ଭିଷଣ ପବନ ସାଙ୍ଗକୁ ବର୍ଷା ଆଶଙ୍କା କରାଯାଇଥିଲା। ଏହି ସମୟରେ ପବନର ବେଗ  ପ୍ରତିଘଣ୍ଟା ସର୍ବାଧିକ  ୧୫୫ରୁ ୧୬୫ କିଲୋମିଟର ଓ ଗଷ୍ଟିଂ ପ୍ରାୟ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିବ ବୋଲି ଆଶଙ୍କା କରାଯାଉଥିଲା। ତେବେ ପବନର ବେଗ ୧୩୦ ପର୍ଯ୍ୟନ୍ତ ଯାଇଥିବା ବେଳେ ଉଚ୍ଚ ଅଟ୍ଟାଳିକାର ଆଜବେଷ୍ଟସ ଛପର ଉଡିଯାଇଥିବାର ଦେଖାଯାଇଛି। ଉମ୍ଫନ ଯେତିକି ଯେତିକି ଆଗକୁ ବଢୁଛି କ୍ଷୟକ୍ଷତି ସେତିକି ସେତିକି ବଢିବଢି ଚାଲିଛି। ଏକ କିଶୋରୀର ମୃତ୍ୟୁ ସହ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

   Related Posts