Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ଅଧିକ ଘନୀଭୂତ ହେଉଛି ବାତ୍ୟା ଅମ୍ବାଲି – ଭାରତ ମହାସାଗରରେରେ ମାଡାଗାସ୍କର ଦିଗରେ ଅଗ୍ରସର ହେଉଛି

7/12/2019 at 7:53 PM

ମାଡାଗାସ୍କର – ଭାରତ ମହାସାଗରରେ ଏବେ ଘନୀଭୂତ ହେଉଛି ବାତ୍ୟା ଅମ୍ବାଲୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭାରତ ମହାସାଗର ମଧ୍ୟରେ ଅଧିକ ଘନୀଭୂତ ହେବବୋଲି ଆମେରିକାର ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ସାମୁଦ୍ରିକ ଝଡ ସୃଷ୍ଟି ହେଉଥିବା ଆମେରିକାନ୍‌ ଟାଇଫୁନ୍‌ ସେଣ୍ଟର ସୂଚନା ଦେଇଛି । ଏହା କାଟାଗୋରୀ ୫ ଶ୍ରେଣୀର ସାମୁଦ୍ରିକ ଝଡ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭାରତ ମହାସାଗର ମଧ୍ୟରେ ଗତି କରିବାପରେ ଏହା ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବରେ ମାଡଗାସ୍କରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏବେ ଏହି ସାମୁଦ୍ରିକ ଝଡ ମରିସସ୍‌ର ଉତ୍ତର ଦିଗରେ କେନ୍ଦ୍ରୀଭୂତ ହୋଇଛି । ସମୁଦ୍ର ମଧ୍ୟରେ ପବନର ବେଗ ସର୍ବାଦିକ ୩୧୫ କିଲୋମିଟର ରହିବ । ପରେ ପବନର ବେଗ ୧୮୫ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ମାଡାଗାସ୍କାର ଅତିକ୍ରମ କରିବା ସମୟରେ ଏହା ଦୂର୍ବଳ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

   Related Posts