ମୁମ୍ବାଇ ଇତିହାସରେ ପ୍ରଥମ ସାମୁଦ୍ରିକ ଝଡ ! ପ୍ରଭାବରେ ଭୀଷଣ ବର୍ଷା ସମ୍ଭାବନା, ରେଡ୍ ଆଲର୍ଟ ଜାରି

Published By : Prameya-News7 Bureau | June 03, 2020 IST

ମୁମ୍ବାଇ ୦୩/୦୬ : ମୁମ୍ବାଇ ଇତିହାସରେ ଯାହା ଉଲ୍ଲେଖ ରହିଛି, ସେଥିରୁ ମୁମ୍ବାଇ ସହରରେ କେବେ ବାତ୍ୟା ହୋଇଥିବା ସାମ୍ନାକୁ ଆସିନାହିଁ | କିନ୍ତୁ ବର୍ତ୍ତମାନ ପ୍ରକୃତି ଇତିହାସ ବଦଳାଇବାକୁ ଯାଉଛି | ଆରବ ସାଗରରେ ଏକ ଚକ୍ରବାତ ସୃଷ୍ଟି ହୋଇଛି | ଯାହାଫଳରେ ମହାରାଷ୍ଟ୍ର ଓ ଗୁଜରାଟରେ ବାତ୍ୟା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି | ବାତ୍ୟା ଅମ୍ପାନକୁ ୧୫ ଦିନ ପୁରିଛି କି ନାଇଁ ପୁଣି ଏକ ବାତ୍ୟା ଦାନା ବାନ୍ଧିଚି | ତେବେ ବାତ୍ୟାରେ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି | ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଛି |

{"id":280596,"sizeSlug":"large"}
A fisherman pulls a handcart filled with crates towards inland ahead of a cyclonic storm that may hit the North Maharashtra and Gujarat coast, at the Madh fishing village, in the north western coast of Mumbai on June 2, 2020. - More than 10,000 people, including some coronavirus patients, were moved to safer locations on June 2 as India's west coast braced for a cyclone, the first such storm to threaten Mumbai in more than 70 years. (Photo by INDRANIL MUKHERJEE / AFP)

ବାତ୍ୟା ନିସର୍ଗ ବୁଧବାର ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି | ମୁମ୍ବାଇ ସମେତ ଥାନେ, ପାଲଘର ଓ ରାୟଗଡ଼ ଉପକୂଳରେ ବାତ୍ୟା ନିସର୍ଗ ପ୍ରଭାବରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି | ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇ ବୁଧବାର ପାଇଁ ରେଡ ଆଲର୍ଟ ଜାରି କରିଛନ୍ତି | କେନ୍ଦ୍ରୀୟ ଜଳ ଆୟୋଗ ସିଂହଦୁର୍ଗ, ରତ୍ନଗିରି, ପାଲଘର, ଥାନେ, ମୁମ୍ବାଇ ଓ ନାସିକରେ ଭୀଷଣ ବର୍ଷା ଓ ପବନ ହେବାର ଆଶଙ୍କାରେ ସତର୍କତା ସୂଚନା ଜାରି କରିଛନ୍ତି | ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ଉଚ୍ଚ ଜୁଆର ଉଠିପାରେ ବୋଲି କହିଛନ୍ତି |

{"id":280595,"sizeSlug":"large"}
Beautiful embankment in Mumbai. India

ଆରବ ସାଗରରେ ଯେବେବି ଚକ୍ରବାତ ସୃଷ୍ଟି ହୁଏ ମୁମ୍ବାଇକୁ କୌଣସି ବିପଦ ନଥାଏ କାରଣ ଆରବ ସାଗରରେ ପବନର ଗତି ଅଧିକାଂଶ ସମୟରେ ପଶ୍ଚିମ ମୁହାଁ ରହିଥାଏ | ଅଧିକାଂଶ ସମୟରେ ଆରବ ସାଗରରେ ଉଠୁଥିବା ଚକ୍ରବାତ ଓମାନ ମୁହାଁ ହୋଇଥାଏ ଅଥବା ଗୁଜରାଟ ମୁହାଁ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.