ରିୟଲ୍ ହିରୋଙ୍କ ପାଇଁ ସବୁଠାରୁ ବଡ ପୁରସ୍କାର: ୨ହଜାର କିଲୋମିଟର ସାଇକେଲ୍ ଚଲାଇ ସୋନୁଙ୍କୁ ସମ୍ମାନିତ କରିବେ ଯୁବକ

Published By : Prameya-News7 Bureau | January 28, 2021 IST

ମୁମ୍ବାଇ ୨୮/୦୧ : ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ ସମୟରୁ ଲୋକଙ୍କୁ ସାହାଯ୍ୟ କରି ଚାଲିଛନ୍ତି। ଏବେ ମଧ୍ୟ ତାଙ୍କର ଏହି ଅଭିଯାନ ଜାରି ରହିଛି। ତାଙ୍କର ଏହି ବଦାନ୍ୟତା ପାଇଁ ସୋନୁ ସୁଦଙ୍କୁ ଲୋକଙ୍କ ଢେର ସ୍ନେହ ଓ ପ୍ରଶଂସା ମିଳିଛି। ତାଙ୍କ ସହାୟତା ଯୋଗୁଁ ଅନେକ ଲୋକଙ୍କ ଜୀବନ ବଦଳି ଯାଇଛି। ସେ ଅଭାବୀ ଲୋକଙ୍କୁ ସବୁ ସମ୍ଭବ ସାହାଯ୍ୟ କରିଛନ୍ତି। ତାଙ୍କର ଏହି ବଦାନ୍ୟତା ପାଇଁ ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ସବୁଠାରୁ ବଡ ସମ୍ମାନ ଦେବାକୁ ଘୋଷଣା କରିଛନ୍ତି।

{"id":400036,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ, ସାଇକେଲ ଚାଳକ ନାରାୟଣ କିଶନଲାଲ ବ୍ୟାସ କହିଛନ୍ତି ଯେ ସେ ସୋନୁ ସୁଦଙ୍କୁ ସମ୍ମାନ ଦେବାକୁ ସାଇକେଲରେ ୨ ହଜାର କିଲୋମିଟର ଯାତ୍ରା କରିବେ। ସେ ନହରାଷ୍ଟ୍ର ୱସିମରୁ ତାମିଲନାଡୁ ରାମସେତୁ ଯାଏଁ ସାଇକେଲରେ ଯାତ୍ରା କରିବେ। ସେ ଏହି ଯାତ୍ରା ଫେବୃଆରୀ ୭ ତାରିଖରେ ଆରମ୍ଭ କରିବେ। ଫେବୃଆରୀ ୧୪ ତାରିଖ ସୁଦ୍ଧା ଯାତ୍ରା ପୁରା କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି।

ଏକ ନ୍ୟୁଜ ପୋର୍ଟାଲକୁ ଦେଇଥିବା ଇଣ୍ଟରଭ୍ୟୁରେ ନାରାୟଣ ବ୍ୟାସ କହିଛନ୍ତି ଯେ, "ମୁଁ ଗତ ୫୭ ବର୍ଷ ହେଲା ସାଇକେଲରେ ଯାତ୍ରା କରୁଛି। ସାମାଜିକ କାର୍ଯ୍ୟ ପାଇଁ ଯାତ୍ରା କରେ। ଗତଥର ମୁଁ ମହାରାଷ୍ଟ୍ରରୁ ବାଘା ବର୍ଡ଼ର ଯାଏଁ ଯାତ୍ରା କରିଥିଲି। ଏଥିପାଇଁ ମୋତେ ୯ ଦିନ ଲାଗିଥିଲା। ଏବେ ମୁଁ ୨ ହଜାର କିଲୋମିଟର ଯାତ୍ରା କରିବି। ଏହି ଯାତ୍ରା ବିଶେଷ କରି ସୋନୁ ସୁଦଙ୍କ ସମ୍ମାନ ପାଇଁ।"

wp:html
/wp:html

ଏହା ପୂର୍ବରୁ ମଧ୍ୟ ଅନେକ ଲୋକ ସୋନୁ ସୁଦଙ୍କୁ ନିଜ ନିଜ ଅନ୍ଦାଜରେ ସମ୍ମାନିତ କରିଛନ୍ତି। କିନ୍ତୁ ତାଙ୍କ ପାଇଁ ଏହିଭଳି ଏକ ବଡ ପଦକ୍ଷେପ ନେବା ଏହା ପ୍ରଥମ। ନାରାୟଣ ବ୍ୟାସଙ୍କ ସମ୍ମାନ ଯାତ୍ରା ସମ୍ବନ୍ଧରେ ଶୁଣି ଅଭିନେତା ମଧ୍ୟ ବହୁତ ଖୁସି ହୋଇଛନ୍ତି। ପ୍ରତିକ୍ରିୟା ରଖି ସେ କହିଛନ୍ତି,-ମୋତେ ପ୍ରତିଦିନ ଯେଉଁଭଳି ସମ୍ମାନିତ କରାଯାଉଛି ମୁଁ ଏସବୁ ସ୍ବପ୍ନରେ ବି କେବେ ଭାବିନଥିଲି। ମୁଁ କେବଳ ସେ କାମ ହିଁ କରୁଛି ଯାହା ଆମ ସମସ୍ତଙ୍କୁ କରିବା ଉଚିତ। ନାରାୟଣ ମୋ ପାଇଁ ସାଇକେଲରେ ୨ ହଜାର କିଲୋମିଟର ଯାତ୍ରା କରିବା ମୋ ପାଇଁ ସବୁଠାରୁ ବଡ ପୁରସ୍କାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.