ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀରେ ସାଇକେଲ ରାଲି, ଆନନ୍ଦଭବନରୁ ଭୁବନେଶ୍ବର ବିମାନବନ୍ଦର ଯାଏଁ ଶୋଭାଯାତ୍ରା

Published By : Prameya-News7 Bureau | March 03, 2021 IST

ଭୁବନେଶ୍ବର ୩।୩: ମାର୍ଚ୍ଚ ୫ ତାରିଖରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ବାର୍ଷିକୀ ପାଳନ କରାଯିବ । ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ କଟକ ସ୍ଥିତ ବାସଭବନ ଆନନ୍ଦଭବନଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ଭୁବନେଶ୍ବର ବିମାନବନ୍ଦର ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବ । ଏଥିରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେବା ସହ ସାଇକେଲ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ।

ଏହାସହ ମାର୍ଚ୍ଚ ୫ ଜନ୍ମ ଜୟନ୍ତୀଠାରୁ ଅପ୍ରେଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରେସମିଟରେ  ବ୍ୟୋମକେଶ ରାୟଙ୍କ ସହ ଛାତ୍ର ସଭାପତି ଦେବୀ ପ୍ରସାଦ ତ୍ରିପାଠୀ, ଯୁବ ବ୍ୟାପାର ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.